ଜନପ୍ରତିନିଧି ଭାବେ ମିଳୁଥିବା ଦରମାରେ ଚାଲିପାରୁନି ଘର ସଂସାର। ପିଲାଙ୍କୁ ପାଠ ପଢ଼ାଉଛନ୍ତି ସରପଞ୍ଚ।

ଜନପ୍ରତିନିଧି ଭାବେ ମିଳୁଥିବା ଦରମାରେ ଚାଲିପାରୁନି ଘର ସଂସାର। ପିଲାଙ୍କୁ ପାଠ ପଢ଼ାଉଛନ୍ତି ସରପଞ୍ଚ।

କନକ ବ୍ୟୁରୋ: ସରପଞ୍ଚ ପାଲଟିଲେ ସାର । ପିଲାଙ୍କୁ ପାଠ ପଢ଼ାଉଛନ୍ତି ସରପଞ୍ଚ । ଜନପ୍ରତିନିଧି ଭାବେ ମିଳୁଥିବା ଦରମା ପରିବାର ପ୍ରତିପୋଷଣ ପାଇଁ ଅଣ୍ଟୁନି । ତେଣୁ ବାଧ୍ୟ ହୋଇ ଟିଉସନ କରୁଛନ୍ତି କେନ୍ଦ୍ରାପଡ଼ା ମାର୍ଶାଘାଇ ବ୍ଲକ ବନ୍ଧକଂଟା ପଞ୍ଚାୟତର ସରପଞ୍ଚ ଗୌତମ ମଲ୍ଲିକ । ସେ ଜଣେ ଶିକ୍ଷିତ ଯୁବକ । ଗତ ପଞ୍ଚାୟତ ନିର୍ବାଚନର ସରପଞ୍ଚ ଭାବେ ବିଜୟୀ ହୋଇଥିଲେ । ହେଲେ ସରପଞ୍ଚ ଦରମା ୨୩ଶହ ୫୦ ହୋଇଥିବା ବେଳେ ପରିବାର ଚଳାଇବା କଷ୍ଟକର ହୋଇପଡ଼ିଛି ତାଙ୍କ ପାଇଁ । ସେ ପୂର୍ବରୁ ଟିଉସନ କରୁଥିଲେ । ହେଲେ ସରପଞ୍ଚ ହେବା ପରେ ଟିଉସନ ଛାଡ଼ି ଦେଇଥିଲେ । କିନ୍ତୁ ୨ମାସ ପଞ୍ଚାୟତର ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମରେ ବ୍ୟାପକ ଖର୍ଚ୍ଚ ହେଲା । ଏପଟେ ପରିବାର ଚଳାଇବା ମଧ୍ୟ କଷ୍ଟକର ହୋଇପଡ଼ିଲା । ବାଧ୍ୟ ହୋଇ ପୁଣି ଥରେ ଟିଉସନ କରିବା ଆରମ୍ଭ କରିଥିଲେ ସରପଞ୍ଚ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe