କନକ ବ୍ୟୁରୋ : ପତିତପାବନଙ୍କର ହେବ ନାଗାର୍ଜୁନ ବେଶ । ଆସନ୍ତା ୨୭ ତାରିଖରେ ଶ୍ରୀମନ୍ଦିରରେ ଚତୁର୍ଦ୍ଧା ବିଗ୍ରହଙ୍କ ନାଗାର୍ଜୁନ ବେଶ କରାଯିବ । ଏହି ବେଶ ପ୍ରତି ବର୍ଷ କରାଯାଏ ନାହିଁ । ଯେଉଁ କାର୍ତିକ ମାସରେ ୬ ଦିନ ପଂଚୁକ ପଡେ ସେହି ବର୍ଷ ମହାବାହୁଙ୍କ ଏହି ଦୁର୍ଲଭ ବେଶ କରାଯାଏ । ତେବେ ଚଳିତ ବର୍ଷ ୬ ଦିନ ପଂଚୁକ ପଡୁଛି । ପଂଚୁକର ଷଷ୍ଠ ଦିନରେ ବଡ ଠାକୁର ବଳଭଦ୍ର, ଜଗତର ନାଥ ଜଗନ୍ନାଥ, ଦେବୀ ସୁଭଦ୍ରା ଏବଂ ଚକ୍ରରାଜ ସୁଦର୍ଶନଙ୍କର ନାଗାର୍ଜୁନ ବେଶ କରାଯିବ ।
ହେଲେ ଏଥର କରୋନା କଟକଣା ଯୋଗୁଁ ମନ୍ଦିର ଭିତରେ ଠାକୁରଙ୍କ ଏହି ବେଶ ଦର୍ଶନ କରିପାରିବେ ନାହିଁ ଭକ୍ତ । ତେଣୁ ବଡ ଦେଉଳ ସିଂହଦ୍ୱାର ପ୍ରବେଶ ପଥରେ ଥିବା ପତିତପାବନଙ୍କ ନାଗାର୍ଜୁନ ବେଶ କରାଯିବ । ଏବଂ ବଡଦାଣ୍ଡରେ ଠିଆ ହୋଇ ଭକ୍ତ, ଭଗବାନଙ୍କ ନାଗାର୍ଜୁନ ବେଶ ଦର୍ଶନ କରିବେ । ଏବଂ ସେହି ବେଶକୁ ମ୍ୟୁଜିୟମରେ ରଖିବା ପାଇଁ ସେବାୟତ ଦାବି କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/11/15-29-1024x576.jpg)