କନକ ବ୍ୟୁରୋ: ପଦାରେ ପଡ଼ିଲା ଜଳସମ୍ପଦ ବିଭାଗର ଚରମ ଅବହେଳା । ମାତ୍ର ୪ ମାସ ତଳେ ୪୪ଲକ୍ଷ ଟଙ୍କା ବ୍ୟୟରେ ତିଆରି ହୋଇଥିବା ପଥର ପ୍ୟାକିଂ ଏବେ ଭୁଶୁଡ଼ି ପଡ଼ିଛି । କାମ ଠିକ୍ କରିବାକୁ କହିବା ବଦଳରେ ବେପରୁଆ ଭାବେ ମନ୍ତବ୍ୟ ରଖିଛନ୍ତି ବିଭାଗୀୟ ସହକାରୀ ଯନ୍ତ୍ରୀ । ନିଜର ଭୁଲକୁ ସୁଧାରିବା ପରିବର୍ତେ ଅତ୍ୟନ୍ତ ଦାୟିତ୍ୱହୀନ ଭାବେ ସେ ପ୍ରତିକ୍ରିୟା ଦେଇଥିଲେ । କନକ ନ୍ୟୁଜ ଦେଇଥିବା ପ୍ରତିକ୍ରିୟାରେ ଯନ୍ତ୍ରୀ କହିଥିଲେ ଏଭଳି କାମ ଖରାପ ହେବ, ପୁଣି ଟେଣ୍ଡର ହେବ ଆଉ ଏମିତି ଚାଲିବ ।
କେନ୍ଦ୍ରାପଡ଼ା ଜିଲ୍ଲା ଇନ୍ଦୁପୁର ବାରେଣୀ ଘାଟରେ ବନ୍ୟା ପରିସ୍ଥିତିକୁ ନିୟନ୍ତ୍ରଣରେ ରଖିବା ପାଇଁ ପଥର ପ୍ୟାକିଂ କାମ ଜଳସମ୍ପଦ ବିଭାଗ ଦ୍ୱାରା ଆରମ୍ଭ କରାଯାଇଥିଲା । କିନ୍ତୁ ଅତ୍ୟନ୍ତ ନିମ୍ନମାନର କାମ ଯୋଗୁଁ ଏହା ଏବେ ନଷ୍ଟ ହୋଇଯାଇଛି । ଏନେଇ ଆମେ ବିଭାଗୀୟ ସହକାରୀ ଯନ୍ତ୍ରୀ ପ୍ରମୋଦ କୁମାର ରାୟଙ୍କ ପ୍ରତିକ୍ରିୟା ନେବାବେଳେ ଏଭଳି ଦାୟିତ୍ୱହୀନ ପ୍ରତିକ୍ରୟା ରଖିଥିଲେ ସମ୍ପୃକ୍ତ ଯନ୍ତ୍ରୀ । ତେବେ ଏଭଳି ମନ୍ତବ୍ୟକୁ ସ୍ଥାନୀୟ ଲୋକେ ବିରୋଧ କରିବା ସହ କାମ ସଠିକ୍ ଭାବରେ କରାଯାଉ ବୋଲି ଦାବି କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/10/17-23.jpg)