କନକ ବ୍ୟୁରୋ : ସାଗରିକା କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ । ଏହା ଏକ ସ୍ୱଳ୍ପ ଦୂରଗାମୀ କ୍ଷେପଣାସ୍ତ୍ର । ସାଗରିକା କ୍ଷେପଣାସ୍ତ୍ରର ସ୍ଥଳଭାଗ ପାଇଁ ଉପଯୋଗୀ ଭାରିଏଂଟର ଗତକାଲି ସଫଳ ପରୀକ୍ଷଣ କରାଯାଇଛି । ବାଲେଶ୍ୱର ଜିଲ୍ଲା ଅବଦୁଲ କାଲାମ ଦୀପରୁ ସଂଧ୍ୟା ୬ଟା ୫୫ ମିନିଟରେ ଏହାର ପରୀକ୍ଷଣ କରାଯାଇଥିଲା ।

Advertisment

ଏହି କ୍ଷେପଣାସ୍ତ୍ର ୭୫୦ କିଲୋମିଟର ଯାଏଁ ଲକ୍ଷ୍ୟଭେଦ କରିପାରିବ । ପୂର୍ବରୁ ସାଗରିକ କ୍ଷେପଣାସ୍ତ୍ରର ଜଳଭାଗ ପାଇଁ ଉପଯୋଗୀ ଭାରିଏଂଟ ରହିଛି । ପରେ ଏହାର ସ୍ଥଳଭାଗରେ ଛଡ଼ାଯାଇପାରୁଥିବା ଭଳି କ୍ଷେପଣାସ୍ତ୍ର ପ୍ରସ୍ତୁତ କରାଯାଇଛି ।