ଗତ କିଛି ବର୍ଷ ହେବ ଯେଉଁ ଅଭିଯୁକ୍ତଙ୍କୁ ଫାଶି ଦିଆଯାଇଛି ସେମାନଙ୍କ ମଧ୍ୟରୁ ପ୍ରମୁଖ ଅପରାଧି ହେଉଛନ୍ତି, ଧନଞ୍ଜୟ ଚାଟାର୍ଜୀ, ଅଜମଲ କଶାବ, ଅଫଜଲ ଗୁରୁ, ଅଟୋ ସଙ୍କର ଓ ୟାକୁବ ମେନୋନ । କିନ୍ତୁ କ’ଣ ଆପଣ ଜାଣିଛନ୍ତି ମୃତ୍ୟୁ ଦଣ୍ଡ ଦେବାପାଇଁ କଣ ବିଧି ରହିଛି ? କ’ଣ ଭାରତରେ କେବଳ ଫାଶିଦଣ୍ଡ ହେଉଛି ମୃତ୍ୟୁର ଏକମାତ୍ର ଦଣ୍ଡ ? ବା କୌଣସି ଅନ୍ୟ ବାଟ ଅଛି ଯେଉଁଥିରେ ସବୁଠାରୁ ବଡ ଦଣ୍ଡ ଦିଆଯାଇପାରିବ ।
‘ଦ କୋର୍ଡ ଅଫ କ୍ରିମିନାଲ ପ୍ରୋସିଜର’ (୧୮୯୮) ଫାଶି ଦେଇ ମୃତ୍ୟୁଦଣ୍ଡ ଦେବାର ବିଧାନ ରହିଛି । ଏହାକୁ ‘କୋର୍ଡ ଆଫ କ୍ରିମିନାଲ ପ୍ରୋସିଜର’ (୧୯୭୩) ରେ ମଧ୍ୟ ଗ୍ରହଣ କରାଯାଇଛି । ଏମିତି ତ ଫାଶିର ବିଧାନ ବହୁବର୍ଷ ପୁରୁଣା ହେଲେ ଆଧୁନିକତା ଇତିହାସରେ ଫାଶିକୁ ଛାଡି ଅନ୍ୟ ଦଣ୍ଡ ବ୍ରିଟେନର ୱିଲିୟମ ମାରଉଡ ଖୋଜିଥିଲେ । ସେ ହିଁ ଲିଭର ମାଧ୍ୟମରେ ଫାଶିରେ ଝୁଲିବାର ବିଧାନ ଖୋଜିଥିଲେ । ଭାରତରେ ମୃତ୍ୟୁଦଣ୍ଡ ଦେବାର ଅନ୍ୟ ରାସ୍ତା ମଧ୍ୟ ରହିଛି । କିନ୍ତୁ ଏହା ସାଧାରଣ ନାଗରିକଙ୍କ ପାଇଁ ଗ୍ରହଣ କରାଯାଏ ନାହିଁ । ଏହା କେବଳ ଭାରତୀୟ ସେନାରେ ‘କୋର୍ଟ ମାର୍ସଲ’ ପରେ ହୋଇଥାଏ । ‘ଦ ଆର୍ମୀ ଆକ୍ଟ’ , ‘ଦ ନେଭି ଆକ୍ଟ’ ଓ ‘ଏୟାରଫୋର୍ସ ଆକ୍ଟ’ ମୃତ୍ୟୁ ଦଣ୍ଡ ଦେବା ପାଇଁ ଗୁଳି ମାରିବାର ମଧ୍ୟ ବିଧାନ ରହିଛି । ‘ଏୟାର ଫୋର୍ସ ଆକ୍ଟ’ ୧୯୫୦ ଅନୁସାରେ ୩୪ ରେ କାହାକୁ ମୃତ୍ୟୁଦଣ୍ଡ ଦିଆଯାଏ ତ କାହାକୁ ଫାଶି କିମ୍ବା ଗୁଳି କରିହେବ । ସେନାର ଆଇନ ହିସାବରେ ଲେଖାଯାଇଛି ଯେ, ମୃତ୍ୟୁଦଣ୍ଡ ଦେଉଥିବା ସମୟରେ କୋର୍ଟର ମାର୍ସଲ ଏହି ନିଷ୍ପତି ନେଇପାରିବେ । ଅପରାଧିର ମୃତ୍ୟୁ ପର୍ଯ୍ୟନ୍ତ ତାଙ୍କୁ ଫାଶିରେ ଝୁଲାଯିବ ବା ଗୁଳି ମରାଯିବ । ଏହା ନିଶ୍ଚୟ ଯେ, ଦୁଇଟି ବିଧାନ ଦ୍ୱାରା ଯେପରି ଅଭିଯୁକ୍ତର ମୃତ୍ୟୁ ହେବ ।
Follow Us
/kanak/media/post_attachments/wp-content/uploads/2019/12/nvc_5dc1072c42b99-300x147.jpg)