ପୋଲିସକୁ ଧରିଲା ଅବକାରୀ ବିଭାଗ । ଗଞ୍ଜେଇ ଚାଲାଣ କରୁଥିବା ବେଳେ ଧରାପଡ଼ିଲେ ବୌଦ୍ଧର ଡିଭିଏଫ୍ ଯବାନ  ।  

238

କନକ ବ୍ୟୁରୋ: ପୋଲିସକୁ ଧରିଲା ଅବକାରୀ ବିଭାଗ । ଗଞ୍ଜେଇ ଚାଲାଣ କରୁଥିବା ବେଳେ ଧରାପଡ଼ିଲେ ଡିଭିଏଫ୍ ଯବାନ । ବୌଦ୍ଧ ଜିଲ୍ଲା ଦେବଗଡ଼ ଗାଁ ନିକଟରୁ କାର ଓ ଗଞ୍ଜେଇ ସହ ଡିଭିଏଫ୍ ଯବାନଙ୍କୁ ଗିରଫ କରାଯାଇଛି । ଗିରଫ ଯବାନ ହେଉଛନ୍ତି, ଡିଙ୍ଗର ମାଝୀ । ସେ ନିଜ କାରରେ ଗଞ୍ଜେଇ ଚୋରା ଚାଲାଣ କରୁଥିଲେ । କୌଣସି ସୂତ୍ରରୁ ଖବର ପାଇ ବୌଦ୍ଧ ପୋଲିସ, ଅବକାରୀ ବିଭାଗ ଓ ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ମିଳିତ ଚଢାଉ କରାଯାଇଥିଲା । ଡିଭିଏଫ୍ ଯବାନଙ୍କୁ ଗାଡିକୁ ପିଛା କରି ଦେବଗଡ଼ ଗାଁ ନିକଟରେ ଧରିଥିଲେ । ଅବକାରୀ ବିଭାଗ ପକ୍ଷରୁ ମାମଲା ରୁଜୁ କରି ଘଟଣା ତଦନ୍ତ ଜରାଯାଉଛି ।