ଦୃଢ଼ ମନୋବଳ ଆଗରେ ହାର ମାନିଲା ମହାମାରୀ : ସୁସ୍ଥ ହୋଇ ଘରକୁ ଫେରିଲେ ୮୬ ବର୍ଷୀୟା କରୋନା ଆକ୍ରାନ୍ତ; ସତ୍ୟଭାମା ଦାସଙ୍କ ସାହାସ ବଢ଼ାଇବ କରୋନା ଆକ୍ରାନ୍ତଙ୍କ ମନୋବଳ

99

କନକ ବ୍ୟୁରୋ : ଦୃଢ଼ ମନୋବଳ ଆଗରେ ହାର ମାନିଲା ମହାମାରୀ । କରୋନାକୁ ହରାଇ ସୁସ୍ଥ ହୋଇ ଘରକୁ ଫେରିଲେ ୮୬ ବର୍ଷୀୟା ବୃଦ୍ଧା । ସତ୍ୟଭାମା ଦାସଙ୍କ ସାହାସ ବଢ଼ାଇବ କରୋନା ଆକ୍ରାନ୍ତଙ୍କ ମନୋବଳ । ବର୍ତ୍ତମାନ କରୋନାକୁ ନେଇ ସବୁଠି ଭୟର ବାତାବରଣ ରହିଥିବା ବେଳେ ୮୬ ବର୍ଷୀୟା ସତ୍ୟଭାମାଙ୍କ ଏପରି କରୋନା ଲଢେଇରେ ବିଜୟ ସମସ୍ତଙ୍କ ମଧ୍ୟରେ କରୋନାକୁ ନେଇ ଏକ ସୁନ୍ଦର ବାର୍ତ୍ତା ଦେବ । କରୋନା ସଂକ୍ରମିତ ହେବା ପରେ ଗତ ୨୯ ତାରିଖରେ ସେ ରାଜଧାନୀର ଏକ ଘରୋଇ କୋଭିଡ୍ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ ।

ତାଙ୍କର ମଧୁମେହ, ଉଚ୍ଚ ରକ୍ତଚାପ, ଶ୍ୱାସ ଏବଂ ଗ୍ୟାସ୍ ଜନିତ ସମସ୍ୟା ରହିଥିଲା । ତାଙ୍କର ବାମ ଗୋଡ ଟି ମଧ୍ୟ ଭାଙ୍ଗି ଯାଇଥିବାରୁ ସେ ଶଯ୍ୟାଶାୟୀ ଥିଲେ । ତଥାପି ଡାକ୍ତରୀ ଟିମଙ୍କ ତତ୍ୱାବଧାନରେ ଚିକିତ୍ସା ପରେ ସୁସ୍ଥ ହୋଇଛନ୍ତି ସେ । ଏହାକୁ ନେଇ ଡାକ୍ତର ଓ ନର୍ସଙ୍କୁ ଧନ୍ୟବାଦ ଦେଇଛନ୍ତି ବୃଦ୍ଧା ସତ୍ୟଭାମାଙ୍କ ପରିବାର ।