ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି : ପାଣିପାଗ ବିଭାଗର ସୂଚନା, ଆଗକୁ ଲଘୁଚାପ ଘନୀଭୂତ ହେବାର ଆଶଙ୍କା ରହିଛି; ଦକ୍ଷିଣ ଓଡିଶାର ସବୁ ଜିଲ୍ଲାରେ ବର୍ଷା ସମ୍ଭାବନା

787
କନକ ବ୍ୟୁରୋ : ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହୋଇଛି । ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରର ଆନ୍ଧ୍ର ଉପକୂଳରେ ଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଏହି ଲଘୁଚାପ ସୃଷ୍ଟି ହୋଇଛି । ଆଗାମୀ ସମୟରେ ଏହା ଅଧିକ ଘନୀଭୂତ ହେବାର ଆଶଙ୍କା ରହିଛି । ଏହାର ପ୍ରଭାବରେ ଦକ୍ଷିଣ ଓଡିଶାର ସମସ୍ତ ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି । ରାଜ୍ୟର ୬ଟି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ସେଗୁଡିକ ହେଲା ଗଜପତି, ରାୟଗଡା, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, କଳାହାଣ୍ଡି ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ । ସେହିପରି ଆସନ୍ତା କାଲି  ମାଲକାନଗିରି, କୋରାପୁଟ, ଗଜପତିସ ରାୟଗଡା ଜିଲ୍ଲାରେ ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଆଂଚଳିକ ପାଣିପାଗ କେନ୍ଦ୍ର ।
ଆସନ୍ତା ୧୫ ତାରିଖ ପରଠୁ ରାଜ୍ୟରେ ବର୍ଷା ପରିମାଣ କମିବ । ଜୁନ ୧ ତାରିଖରୁ  ଆଜି ପର୍ଯ୍ୟନ୍ତ ଓଡିଶାରେ ସ୍ୱଭାବିକ ବର୍ଷା ହୋଇଛି । ଖୋର୍ଦ୍ଧାରେ ସ୍ୱଭାବିକ ଠାରୁ ସର୍ବନିମ୍ନ ୩୦ ପ୍ରତିଶତ କମ ବର୍ଷା ହୋଇଛି । ସେହିପରି ମାଲକାନଗିରିରେ ସର୍ବାଧିକ ସ୍ୱଭାବିକ ଠାରୁ ୪୩ ପ୍ରତିଶତ ବର୍ଷା ରେକର୍ଡ କରାଯାଇଛି । ପାଣିପାଗ ବିଶେଷଜ୍ଞ ଉମାଶଙ୍କର ଦାସଙ୍କ ସୂଚନା ।