ଭୂକମ୍ପ ଆଉ କରିପାରିବ ନାହିଁ କ୍ଷତି । ଢେର ପୂର୍ବରୁ ଭୂକମ୍ପ ସମ୍ପର୍କରେ ସୂଚନା ଦେବ ଗୁଗୁଲ !!

323

କନକ ବ୍ୟୁରୋ : ଭୂକମ୍ପ ନେଇ ଆସିଲା ବଡ ଖବର । ଏଣିକି ବନ୍ୟା ଓ ବାତ୍ୟା ଏବଂ ବର୍ଷା ଆସିବା ପରି ଭୂକମ୍ପ ଆସିବା ପୂର୍ବରୁ ବି ଆପଣ ପାଇପାରିବେ ସୂଚନ । ଭୂକମ୍ପ ଆସିବା ପୂର୍ବପୁ ଗୁଗୁଲ ଆପଣଙ୍କୁ କରାଇବ ସତର୍କ । ଆଉ ବହୁମୂଲ୍ୟ ଜୀବନ ଏଣିକି ବଂଚିପାରିବ । ସାଧାରଣ ଭାବରେ ବର୍ତମାନ ସମୟରେ ଭୂକମ୍ପ ହେବା ପୂର୍ବରୁ କୌଣସି ସୂଚନା କାହାକୁ ମିଳିପାରେ ନାହିଁ । ତେଣୁ ବର୍ତମାନ ସମୟରେ ଏହି ତଥ୍ୟ ମିଳିବା ପରେ ବେଶ ଚର୍ଚ୍ଚା ଜୋର ଧରିଛି ।

ଭୂକମ୍ପକୁ ନେଇ ଆସିଲା ବଡ ଖବର
ଆଣ୍ଟ୍ରଏଡ ଫୋନ ଦେବ ଭୂକମ୍ପ ସୂଚନା
ସତର୍କ କରାଇବ ଗୁଗଲ

ଭୂମିକମ୍ପ ଆସିବା ପୂର୍ବରୁ ସାଧାରଣତଃ ଲୋକେ ନ୍ୟୁଜ୍ ଚ୍ୟାନେଲ୍ କିମ୍ବା ୱେବସାଇଟ, ଟ୍ୱିଟର ଚେକ୍ କରିଥାନ୍ତି। ଏବେ ଆଣ୍ଡ୍ରଏଡ ୟୁଜରଙ୍କ ପାଇଁ ଗୁଗଲ୍ ଏକ ନୂଆ ଜିନିଷ ତିଆରି କରୁଛି। ଗୁଗଲ୍ ଦ୍ୱାରା ଆଣ୍ଡ୍ରଏଡ ସ୍ମାର୍ଟଫୋନ୍ ୟୁଜରଙ୍କ ପାଇଁ ଆର୍ଥକ୍ୱେକ୍ ଓ୍ବାର୍ଣ୍ଣିଂ ଟୁଲ୍ସ ଆଡ କରାଯାଉଛି। ଏଥିରେ ସ୍ୟାମସଙ୍ଗ ଗାଲାକ୍ସି ସିରିଜର ସ୍ମାର୍ଟଫୋନ୍ ସାମିଲ ରହିଛି।

ଗୁଗଲ୍ କହିଛି ଯେ ସେ ଆଣ୍ଡ୍ରଏଡ ଡିଭାଇସରେ ଆର୍ଥକ୍ୱେକ୍ ଆଲର୍ଟସ୍ ପଠାଇବା ପାଇଁ ୟୁ ଏସ ଜିଓଲୋଜିକାଲ୍ ସର୍ଭେ ସହ ମିଶି କାମ କରିବା ଆରମ୍ଭ କରୁଛି। ଆଲର୍ଟ ପଠାଇବା କାଲିଫର୍ଣ୍ଣିଆରେ ଆରମ୍ଭ କରାଯିବ। କାଲିଫର୍ଣ୍ଣିଆରେ ଆଣ୍ଡ୍ରଏଡ ଫୋନ୍ ପାଇଁ ଆଲର୍ଟ ଝଷବଳରଇକ୍ଷରକ୍ସଗ୍ଧ ଆର୍ଥକ୍ୱେକ୍ ଅର୍ଲି ୱାର୍ଣ୍ଣିଂ ସିଷ୍ଟମ୍ ଜରିଆରେ ପଠାଯିବ।

କମ୍ପାନୀ କହିଛି ଯେ ଭୂମିକମ୍ପ ଆସିଲେ ଏହାକୁ ଡିଟେକ୍ଟ କରିବା ଏବଂ ଆଲର୍ଟିଂ ସିଷ୍ଟମକୁ ଆଡଭାନ୍ସ ସିଗ୍ନାଲ ପଠାଇବା ପାଇଁ ଆଣ୍ଡ୍ରଏଡ ଫୋନକୁ ମିନି ସିସ୍ମୋମିଟରରେ ପରିବର୍ତ୍ତନ କରାଯାଇପାରିବ। ଗୁଗଲ୍ ବ୍ଲଗ୍ ପୋଷ୍ଟରେ କହିଛି ଯେ ଆମେ ଏହାକୁ ଆଣ୍ଡ୍ରଏଡ ଆର୍ଥକ୍ବେକ ଆଲର୍ଟିଂ ସିଷ୍ଟମ୍ କହୁଛନ୍ତି ।

ଅଧିକାଂଶ ସ୍ମାର୍ଟଫୋନ୍ ଛୋଟ ଏକ୍ସିଲେରୋମିଟର ସହ ଆସିଥାନ୍ତି ଯାହା ଭୂମିକମ୍ପକୁ ସେନ୍ସ କରିପାରନ୍ତି। ଏହା ସହିତ କମ୍ପାନୀ ଏହା ମଧ୍ୟ କହିଛି ଯେ ଏହା ପି-ୱେବ ଡିଟେକ୍ଟ କରିବାରେ ମଧ୍ୟ ସକ୍ଷମ । ଯାହା ଭୂମିକମ୍ପ ଆରମ୍ଭ ହେବା ପରେ ସର୍ବପ୍ରଥମେ ୱେବ ହୋଇଥାଏ ଏବଂ ପରେ ଆସୁଥିବା। ୱେବ ତୁଳନାରେ ଖୁବ୍ କମ୍ ଡ୍ୟାମେଜିଂ ହୋଇଥାଏ।

କେମିତି ସୂଚନା ଦେବ ଫୋନ ?

ଯଦି ଭୂକମ୍ପ ଆସୁଛି ତେବେ ଆପଣଙ୍କ ଫୋନକୁ ଗୁଗୁଲ ଏକ ସିଗନାଲ୍ ଦେବ । ଯାହାଦ୍ୱାରା ଆପଣ ଭୂକମ୍ପ ସମ୍ପର୍କରେ ସୂଚନା ପାଇପାରିବେ ।
ଏମିତିକି ଭୂକମ୍ପ ହେଉଥିବା ସ୍ଥାନ ସମ୍ପର୍କରେ ମିଳିପାରିବ ସ୍ପଷ୍ଟ ସୂଚନା ।
କେଉଁ ସ୍ଥାନରୁ ଭୂକମ୍ପର କେନ୍ଦ୍ରବିନ୍ଦୁ ରହିଛି ତାହା ସମ୍ପର୍କରେ ବି ମିଳିପାରିବ ସୂଚନା ।
ବର୍ଷା ଲଘୁଚାପ ପରି ଭୂକମ୍ପକୁ ନେଇ ଦିଆଯିବ ସ୍ପଷ୍ଟ ସୂଚନା ।

ଯଦି ଫୋନ୍ କୌଣସି ଏପରି ଜିନିଷକୁ ଡିଟେକ୍ଟ କରିଥାଏ,ଯେପରିକି ଭୂମିକମ୍ପ ତେବେ ଏହା ତୁରନ୍ତ ଗୁଗଲର ଆର୍ଥକ୍ୱେକ୍ ଡିଟେକ୍ସନ ସର୍ଭରକୁ ଏକ ସିଗନାଲ ଦେବ। ଏହା ସହିତ ଯେଉଁଠି ଭୂମିକମ୍ପ ଭଳି ଲକ୍ଷଣ ନଜର ଆସିଛି ସେଠାକୁ ମଧ୍ୟ ଲୋକେସନ ପଠାଇବ। ଏହା ପରେ ସର୍ଭର ବାକି ଫୋନରୁ ମିଳିଥିବା ସୂଚନାକୁ କମ୍ବାଇନ୍ କରି ଏହା ବୁଝିବାକୁ ଉଦ୍ୟମ କରିବ ଯେ କ’ଣ ପ୍ରକୃତରେ ଭୂମିକମ୍ପ ଆସୁଛି। ଗୁଗଲ୍ କହିଛି ଯେ ଯଦି ଆପଣଙ୍କୁ ଏପରି ଲାଗୁଛି ଯେ ଆପଣଙ୍କ ଆଖପାଖରେ ଭୂମିକମ୍ପ ଆସୁଛି ତେବେ ଏବେ ଠୁ ଆପଣ ଗୁଗଲ ସର୍ଚ୍ଚ ବାରରେ ଆର୍ଥକ୍ୱେକ୍ କିମ୍ବା ଆର୍ଥକ୍ୱେକ୍ ନିୟରରେ ସର୍ଚ୍ଚ କରି ରେଜଲ୍ଟ ଦେଖିପାରିବେ।