କନକ ବ୍ୟୁରୋ: ଆଜି ମହାମାୟାଙ୍କ ମହାନବମୀ । ଏଥିପାଇଁ ମଣ୍ଡପରେ ମନ୍ତ୍ର ଉଚ୍ଚାରଣ ସହ ଚାଲିଛି ମାଆଙ୍କ ପୂଜାପାଠ । ରାତି ବଢୁଥିବାରୁ ଲୋକଙ୍କ ଭିଡ ବି ବଢିବାରେ ଲାଗିଛି । କଟକରେ ସୁନା-ରୁପାରେ ଝଟକୁଛନ୍ତି ମାଆ । ଭୁବନେଶ୍ୱର ମଣ୍ଡପ ଗୁଡିକରେ ସୁଉଚ୍ଚ ତୋରଣ ଓ ସୁନ୍ଦର ଆଲୋକମାଳ , ସାଜସଜ୍ଜା ବେଶ ଆକର୍ଷଣୀୟ ହୋଇଛି ।
ମଣ୍ଡପରେ ମହାନବମୀ । ଆଉ ମାଆଙ୍କ ଦର୍ଶନ କରିବାକୁ ଲାଗିଛି ଭିଡ । ଉତ୍ସବମୁଖର ହୋଇଛି ଗାଁରୁ ସହର । ଶ୍ଲୋକ ଓ ଚଣ୍ଡୀପାଠରେ ରେ କମ୍ପୁଛି ପରିବେଶ । ମହାନବମୀରେ ମାଆଙ୍କ ଦର୍ଶନ ସହ ସୁନ୍ଦର ଆଲୋକମାଳାର ମଜା ନେଉଛନ୍ତି ଦର୍ଶକ । ଅଷ୍ଟମୀରେ ମାଆଙ୍କ ସନ୍ଧିପୂଜା ହୋଇଥିଲା । ଆଉ ଆଜି ନବମୀରେ ଶ୍ଲୋକ ଉଚାରଣ ସହ ବିଧି ଅନୁସାରେ ମାଆଙ୍କ ପୂଜାର୍ଚ୍ଚନା କରାଯାଉଛି । ଭୁବନେଶ୍ୱରରେ ମାଆଙ୍କ ସହ ମେଢ ଦେଖିବାକୁ ଭିଡ ହୋଇଛି । ସୁଉଚ୍ଚ ତୋରଣ ସାଙ୍ଗକୁ ଆଲୋକମାଳ ଲୋକଙ୍କ ମନ ଜିଣିିଛି । ରସୁଲଗଡ, ବମିଖାଲ , ଝାଡପଡା ଭଳି ମଣ୍ଡରେ ପ୍ରବଳ ଭିଡ ଦେଖିବାକୁ ମିଳିଛି ।
କଟକ ସହରରେ ମାଆ ଜଗତଜନନୀଙ୍କୁ ଦେଖିବାକୁ ପ୍ରବଳ ଭିଡ ଦେଖିବାକୁ ମିଳିଛି । ସୁନାରୂପାରେ ଝଟକୁଥିବାରୁ ସବୁ ମଣ୍ଡପରେ ଭକ୍ତଙ୍କ ଗହଳି ଦେଖିବାକୁ ମିଳିଛି । କେଉଁଠି ମ।।ଙ୍କ ମୃଣ୍ମୟୀ ମୂର୍ତ୍ତି ଦେଖିବାକୁ ଲୋକଙ୍କ ଭିଡ ହେଉଛି ତ କେଉଁଠି ସୁନ୍ଦର ଆଲୋକମାଳା ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି । ବେଶ ଉତ୍ସାହର ସହ ପାଳନ କରାଯାଉଛି ଦୁର୍ଗାପୂଜା । ଲୋକେ ମାଙ୍କ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରୁଛନ୍ତି ।
ରାଜ୍ୟର ବିଭିନ୍ନ ସ୍ଥାନରେ ବେଶ ଉତ୍ସାହର ସହ ପାଳନ କରାଯାଉଛି ନବମୀ ପୂଜା । ରାତିରେ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ ବି କରାଯାଇଛି । ରାତି ପାହିଲେ ବିଜୟାଦଶମୀ । ଅସତ୍ୟ ଉପରେ ହେବ ସତ୍ୟର ଜୟ । ବିଜୟାଦଶମୀ ପରେ ଧରାପୃଷ୍ଠରୁ ମା ନେବେ ମେଲାଣି ।