କନକ ବ୍ୟୁରୋ : କେନାଲ ପାର ହେଉଥିବା ଗଳି ପଡିଲେ ୨ ହାତୀ ଛୁଆ । ଜେସିବି ଜରିଆରେ ମାଟି ଖୋଳି ପକାଇବା ପରେ ଖାଲରୁ ଉଦ୍ଧାର ହେଲା ହାତୀ ଛୁଆ । କେନାଲ ପାରହୋଇ ଜଙ୍ଗଲକୁ ଆସିଲେ ହାତୀ ପଲ । କେନ୍ଦୁଝର ଚମ୍ପୁଆ ରେଂଜ କାନପୁର ବୃହତ୍ ଜଳସେଚନ ପ୍ରକଳ୍ପ କେନାଲରେ ଦେଖିବାକୁ ମିଳିଛି ଏପରି ଘଟଣା ।
୨୨ ଟିକିଆ ହାତୀପଲ ଗତକାଲି ରାତିରେ ଜାମୁଦଲକରୁ ମଙ୍ଗଳପୁର ଆଡକୁ ଆସୁଥିଲେ ହାତୀ ପଲ । କାନପୁର ଜଳସେଚନ ପ୍ରକଳ୍ପ ପାଇଁ ନିର୍ମିତ କଂକ୍ରିଟ୍ କେନାଲରେ ୨ଟି ହାତୀ ଛୁଆ ଖସି ପଡିବା ପରେ ଆଉ ଉଠିପାରିନଥିଲେ । ସେପଟେ ହାତୀ ଛୁଆଙ୍କୁ ଜଗି ରହିଥିଲେ ମାଆ ହାତୀ ।
ଯେତେ ଉଦ୍ୟମ କଲେ ବି ଖାଲ ଭିତରୁ ହାତୀ ଛୁଆ ବାହାରି ପାରିନଥିଲେ । ବନବିଭାଗ ଜେସିବି ମେସିନ୍ ମଗାଇ କଂକ୍ରିଟ୍ କେନାଲ ଖୋଳି ମାଟି ପକାଇବା ପରେ ହାତୀ ଛୁଆଟି କେନାଲର ଖାଲରୁ ବାହାରି ମାଆ ହାତୀଙ୍କ ସହିତ ଜଙ୍ଗଲ ଆଡକୁ ଚାଲି ଯାଇଥିଲା । ହାତୀ ଚଲାପଥରେ କଂକ୍ରିଟ୍ କେନାଲ ତିଆରି ହୋଇଥିବାରୁ ଏହିପରି ଘଟଣା ଘଟିଥିବା ସୂଚନା ମିଳିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/09/11-19.jpg)
/kanak/media/post_attachments/wp-content/uploads/2020/09/vlcsnap-2020-09-16-12h21m42s179-357x210.png)
/kanak/media/post_attachments/wp-content/uploads/2020/09/vlcsnap-2020-09-16-12h22m18s24.png)