କନକ ବ୍ୟୁରୋ: ପାଟ୍ରୋଲିଂ ବେଳେ ବନ କର୍ମଚାରୀଙ୍କୁ ଗୋଡ଼ାଇଲା ଦନ୍ତାହାତୀ । କିଛି ଦିନ ହେଲା ଖୋର୍ଦ୍ଧା ବନଖଣ୍ଡ ଟାଙ୍ଗୀ ରେଂଜରେ ଆତଙ୍କ ଖେଳାଇଛନ୍ତି ୩୨ଟି ଜଙ୍ଗଲୀ ହାତୀ । ଉଗ୍ରତାରା ଜଙ୍ଗଲରେ ୧୬ଟି ଜଙ୍ଗଲୀ ହାତୀ ଦିନକୁ ଦିନ ବ୍ୟାପକ କ୍ଷୟକ୍ଷତି ଘଟାଉଛନ୍ତି । ହାତୀ ଉତ୍ପାତକୁ ନେଇ ଚାଷୀ ମୁଣ୍ଡରେ ଚଡ଼କ ପଡ଼ିଛି । ଆଉ ମାତ୍ର ଦିନ କେଇଟା ପରେ ଚାଷୀ ତା’ର ବର୍ଷକର ଫସଲ ଅମଳ କରିଥାଆନ୍ତା । କିନ୍ତୁ ତା’ପୂର୍ବରୁ ହାତୀ ଏକର ଏକର ଫସଲ ନଷ୍ଟ କରିଛନ୍ତି ।
ଦିନ ବେଳେ ହାତୀମାନେ ଜଙ୍ଗଲରେ ରହୁଥିବା ବେଳେ ରାତିହେଲେ ନିକଟସ୍ଥ ଚାଷ ଜମିରେ ବ୍ୟାପକ କ୍ଷତି ଘଟାଉଛନ୍ତି । ହାତୀ ଘଉଡ଼େଇବାକୁ ବନ ବିଭାଗର ଉଦ୍ୟମ ଜାରି ରହିଛି । ନାଲ ସିଂ ଜଙ୍ଗଲରେ ୨ଟି ହାତୀ ଥିବା ବେଳେ ସେଥିରୁ ଗୋଟିଏ ଦନ୍ତା ବାହାରେ ବୁଲାବୁଲି କରୁଥିବାରୁ ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି । ବନ କର୍ମଚାରୀ ମାନେ ସାଇରନ ବଜାଇ ହାତୀଟିକୁ ଜଙ୍ଗଲକୁ ଘଉଡ଼ାଇଦେଇଛନ୍ତି । ହେଲେ ଲୋକେ ହାତୀ ଭୟରେ ରାସ୍ତାରେ ଚଳ ପ୍ରଚଳ କରୁନଥିବା ଜଣାପଡ଼ିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/11/30-15.jpg)