ଆଠଗଡରୁ ଭାସିଆସି କଟକ ମୁଣ୍ଡଳୀରେ ଫସି ରହିଥିଲା ଦନ୍ତାହାତୀ । ଉଦ୍ଧାର ପାଇଁ ଦିନ ତମାମ ଚାଲିିଲା ପ୍ରୟାସ…

212

କନକ ବ୍ୟୁରୋ: ମହାନଦୀରେ ଭାସିଗଲେ ହାତୀପଲ । ନଦୀପାର ହେଉଥିବାବେଳେ ହାତୀପଲରେ ଥିବା ୭ଟି ହାତୀ ଭାସିଯାଇଥିଲେ । ହେଲେ ଗୋଟିଏ ହାତୀ ମୁଣ୍ଡୁଳି ବ୍ରିଜ ନିକଟରେ ଦୀର୍ଘ ସମୟ ଧରି ଲାଖି ରହିଥିଲା । ଭାସି ଯାଇଥିବା ୬ଟି ହାତୀ ମହାନଦୀରେ ଭାସି ଭାସି ଆଠଗଡ ରେଞ୍ଜର ନୂଆ ଶାସନ ଗାଁ ଆନିକଟରେ ଲାଗିଥିଲେ । ବାକି ଗୋଟିଏ ହାତୀ କିନ୍ତୁ ମୁଣ୍ଡଳି ବ୍ରିଜରେ ଦୀର୍ଘ ଘଣ୍ଟା ଧରି ଲାଖି ରହିବା ଚିନ୍ତାର କାରଣ ହୋଇଥିଲା ।

କଟକ ମୁଣ୍ଡଳି ବ୍ୟାରେଜରେ ମହାନଦୀର ପ୍ରଖର ସ୍ରୋତରେ ଫସି ରହିଥିଲା ଛୁଆ ହାତୀ । ଚାରିପଟେ ପାଣିର ସୁଅ , ତା ଭିତରେ ବାହାରକୁ ବାହାରିବାକୁ ସଂଘର୍ଷ କରୁଥିଲା ହାତୀ । ଛୁଆ ହାତୀର ଏହି ସଂଘର୍ଷ ବୈଦ୍ୟୁତିକ ଗଣମାଧ୍ୟମରେ ଲଗାତର ପ୍ରସାରିତ ହେଉଥିଲା । ସାମ୍ବାଦିକ ମାନେ ଘଟଣାସ୍ଥଳରୁ ଟିକି ନିଖି ଖବର ଦେଉଥିଲେ । କିନ୍ତୁ ଛୁଆ ହାତୀଟି ସେହିପରି ଫସି ରହିଥିଲା । ଆଉ ଏପଟେ ବ୍ୟାରେଜ ଉପରେ ଶହ ଶହ ଲୋକ ଉତ୍କଣ୍ଠାର ସହ ଅପେକ୍ଷା କରିଥିଲେ, କେମିତି ଛୁଆ ହାତୀଟି ବାହାରକୁ ବାହାରି ଆସିବ ।

ଗୁରୁବାର ରାତିରେ ୭ ଟିକିଆ ହାତୀ ପଲ ଥିଲେ ମୁଣ୍ଡଳି ନିକଟରେ । କୌଣସି କାରଣରୁ ହାତୀ ପଲ ଫସିଯାଇଥିଲେ ମହାନଦୀର ସ୍ରୋତରେ । ହୀରାକୁଦରୁ ୧୨ଟି ଗେଟ୍ ଦେଇ ବନ୍ୟା ଜଳ ଛଡ଼ାଯାଉଛି ଆଉ ମୁଣ୍ଡଳୀରେ ଏହାର ପ୍ରଭାବ ବି ଦେଖିବାକୁ ମିଳୁଥିଲା । ନଦୀ ପାର ବେଳେ ହାତୀ ପଲରୁ ୬ଟି ହାତୀ ଭାସିଯାଇଥିଲେ । କିଛି ସମୟ ପରେ ନୂଆ ଶାସନ ରେଞ୍ଜରେ ସେମାନେ ଲାଗଥିଲେ । ହେଲେ ଗୋଟିଏ ଛୁଆ ହାତୀଟି ଲାଖିଯାଇଥିଲା । ସକାଳୁ ସକାଳୁ ଏହି ଖବର ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଥିଲା । ଆଉ ଏହି ସମୟରେ ଓଡ୍ରାଫ ବୋଟରେ ଛୁଆ ହାତୀଟିର ପାଖକୁ ଯିବା ପାଇଁ ବାହାରିଥିଲେ ଓଟିଭି ଚିଫ୍ ରିପୋର୍ଟର ଅରିନ୍ଦମ ଦାଶ ଓ କ୍ୟାମେରାମ୍ୟାନ ପ୍ରଭାତ ସିହ୍ନା । ଆଉ ଏହି ସମୟରେ ଦୁର୍ଘଟଣା ଘଟିଥିଲା ।