କନକ ବ୍ୟୁରୋ: ଶେଷରେ ବନ୍ଧା ହେଲା ଉତ୍ପାତ ମଚାଇଥିବା ହାତୀ । ପୁରୀ ବାଲୁଖଣ୍ଡ ଅଭୟାରଣ୍ୟରେ ଟ୍ରାଙ୍କୁଲାଇଜ କରାଯିବା ପରେ ସେକ୍ଟର-୧୧ରୁ ହାତୀଟିକୁ ଉଦ୍ଧାର କରାଯାଇଛି । ଅଚେତ ଅବସ୍ଥାରୁ ସ୍ୱାଭାବିକ ହେବା ପରେ ହାତୀଟିର ଚିକିତ୍ସା କରାଯାଇଛି । ମଙ୍ଗଳବାର ସକାଳ ୮ଟା ୫୦ରେ ହାତୀକୁ ପ୍ରଥମ ଟ୍ରାଙ୍କୁଲାଇଜ କରାଯାଇଥିଲା । ପୁଣି ୧୧ଟା ପାଖାପାଖି ଦ୍ୱିତୀୟ ଥର ପାଇଁ ଟ୍ରାଙ୍କୁଲାଇଜ କରାଯାଇଥିଲା । ଏବେ ହାତୀ ସ୍ୱାଭାବିକ ହେବା ପରେ ଶିକୁଳିରେ ବନ୍ଧା ଯାଇ ସ୍ଥାନାନ୍ତର କରାଯାଉଛି । ଏବେ ହାତୀଟି ଦୁର୍ବଳ ହୋଇପଡ଼ିଛି । ସୁସ୍ଥ ହେବା ପରେ ତାକୁ ଚନ୍ଦକା ନିଆଯିବାର ଯୋଜନା ରହିଛି ।
ବନ୍ଧାହେଲା ପୁରୀରେ ଉତ୍ପାତ ମଚାଇଥିବା ହାତୀ। ସେକ୍ଟର ୧୧ରୁ ଉଦ୍ଧାର କରବା ପରେ ଗୋଡରେ ପଡିଲା ଶିକୁଳି।
/kanak/media/post_attachments/wp-content/uploads/2023/01/11-7.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)