କନକ ବ୍ୟୁରୋ: କୂଳ ଖାଉଛି ହାତୀ ନଦୀ । ଫଳରେ ଜମି ଥାଇ ବି ଭୂମିହୀନ ହୋଇଛନ୍ତି ଚାଷୀ । କଳାହାଣ୍ଡି ଜୁନାଗଡରେ ହାତୀ ନଦୀ ଅନ୍ୟ ଦିଗକୁ ମାଡି଼ଯାଉଛି । ଫଳରେ ଚାଷୀ ମୁଣ୍ଡରେ ହାତଦେଇ ବସିଛନ୍ତି । ହାତୀ ନଦୀରୁ ପାଣି ନେଇ ଚାଷ କାମ କରିଥାନ୍ତି ଚାଷୀ । ହେଲେ ନଦୀ ଦିଗ ବଦଳାଇଥିବାରୁ ୩ଶହ ଏକର ଚାଷ ଜମି ବାଲିଚର ପାଲଟିଛି । ଚାଷ ହୋଇପାରୁନାହିଁ, ତେଣୁ ଚାଷ କାମ ଛାଡି ଚାଷୀ ଦାଦନ ଖଟି ଯିବାକୁ ସଜବାଜ ହେଉଥିବା କହିଛନ୍ତି ।
ଜମି ଥାଇ ବି ଚାଷ କାମ ହୋଇପାରୁନାହିଁ । କାରଣ ବର୍ଷ ସାରା ଚାଷ ପାଇଁ ପାଣି ଯୋଗାଉଥିବା ହାତୀ ନଦୀ ଏବେ ଦିଗ ବଦଳାଇ ଦେଇଛି । ନଦୀ ଗତିପଥ ବଦଳାଉଥିବାରୁ ଏହାର ସ୍ଥାୟୀ ସମାଧାନ ପାଇଁ ଚାଷୀ ବାରମ୍ବାର ଅଭିଯୋଗ କରିଛନ୍ତି । ତଥାପି ୨୦ ବର୍ଷ ହେଲା ଏହାର ସମାଧାନ ହେଉନାହିଁ । ପ୍ରଶାସନିକ ଅଧିକାରୀ ଓ ରାଜନେତା ସେମାନଙ୍କ ସମସ୍ୟା ବୁଝୁନଥିବା ଅଭିଯୋଗ ହୋଇଛି । ନଦୀରେ କୂଳ ଖାଉଥିବାରୁ ନଦୀ କଡରେ ଥିବା ମନ୍ଦିରକୁ ଯିବା ପାଇଁ ଲୋକ ଭୟ କରୁଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/07/vlcsnap-2023-07-09-18h43m19s804.png)