କୂଳ ଖାଇ ଖାଇ ଚାଲିଛି ହାତୀ ନଦୀ । ମାଟି ଅତଡ଼ା ଖସିବା ସହ ଚାଷ ଜମି ସଙ୍କୋଚିତ ହେଉଛି । ଚିନ୍ତାରେ ନଈ କୂଳିଆ ୨୫ରୁ ଅଧିକ ଗାଁର ଲୋକ

149

କନକ ବ୍ୟୁରୋ: ନଦୀ କୂଳ ଖାଇ ଖାଇ ଚାଲିଛି, ଫଳରେ ହାତୀ ନଦୀ କୂଳରେ ଥିବା ୨୫ରୁ ଅଧିକ ଗାଁର ଲୋକ ଏବେ ଚିନ୍ତାରେ । ଇନ୍ଦ୍ରାବତୀ ପ୍ରକଳ୍ପ କାର୍ଯ୍ୟକାରୀ ହେବା ପରେ ନିଷ୍କାସିତ ଜଳ ହାତୀ ନଦୀରେ ଛଡ଼ାଯାଇଥାଏ । ୧୯୯୪ ମସିହାରୁ ହାତୀ ନଦୀରେ ନିଷ୍କାସିତ ଜଳ ଛଡ଼ା ଯାଉଥିବା ଯୋଗୁଁ ବର୍ଷସାରା ନଦୀରେ ଅଧିକ ପାଣି ବହିଥାଏ । ବର୍ଷା ଦିନରେ ଇବ୍ ନଦୀର ନିଷ୍କାସିତ ଜଳ ଓ ନାଳ ମାନଙ୍କ ସଂଯୋଗ ଯୋଗୁଁ ହାତୀ ନଦୀରେ ଅଧିକ ଜଳ ପ୍ରବାହିତ ହୁଏ । ଫଳରେ ପ୍ରତିବର୍ଷ ନଦୀ କୂଳ ଖାଇବାରେ ଲାଗିଛି । ଫଳରେ ନଦୀ କୂଳରେ ରହୁଥିବାର ଗାଁର ଲୋକଙ୍କ ଭୟ ବଢ଼ାଉଛି ।

ପ୍ରତିବର୍ଷ ହାତୀ ନଦୀ କୂଳ ଅଧିକ ଖାଇ ଖାଇ ଯାଉଛି । ନଦୀ କୂଳରୁ ଅଧିକ ଅଧିକ ମାଟି ଧୋଇ ନେଉଛି । ଚାଷ ଜମି ବି ସଙ୍କୋଚିତ ହୋଇପଡ଼ୁଛି । ପ୍ରାୟ ୫୫ କିଲୋମିଟର ବ୍ୟାପୀ ନଦୀକୂଳ ଏବେ ଏପରି ଅବସ୍ଥାରେ । ଆଉ ଏହି ନଦୀ କୂଳର ପାଖାପାଖି ଥିବା ୨୫ଟି ଗାଁର ଭବିଷ୍ୟତ ଏବେ ଆଶଙ୍କାରେ । ତେଣୁ ଆଡ଼ିବନ୍ଧ ନିର୍ମାଣ ଓ ନଦୀକୂଳରେ ବ୍ୟାପକ ବୃକ୍ଷରୋପଣ ପାଇଁ ଦାବି ହେଉଛି । ତେଣୁ ଆଡ଼ିବନ୍ଧ ନିର୍ମାଣ ଓ ନଦୀକୂଳରେ ବ୍ୟାପକ ବୃକ୍ଷରୋପଣ ପାଇଁ ଦାବି ହେଉଛି ।