କଚାଡି ମାରିଲା ହାତୀ । ସୁନ୍ଦରଗଡ ବଡଗାଁରେ ହାତୀ ଭୟ ।

Advertisment
କଚାଡି ମାରିଲା ହାତୀ । ସୁନ୍ଦରଗଡ ବଡଗାଁରେ ହାତୀ ଭୟ ।

କନକ ବ୍ୟୁରୋ: ହାତୀ ଆକ୍ରମଣରେ ଜଣେ ମୃତ । ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁ ବ୍ଲକ ଗରଗଡ଼ବାହାଲ ଗାଁରେ ଧାନ ବିଲକୁ ଜଗିବାକୁ ଯାଇଥିବା ବେଳେ କଚାଡ଼ି ମାରିଦେଲା ହାତୀ । ମୃତକ ଜଣକ ଗରଗଡ଼ବାହାଲ ଗାଁର ହିରାଲାଲ ବେହେରା । ଭୋର ସାଢ଼େ ୩ଟାରେ ବେଳେ ବିଲରେ ହାତୀ ପଶି ଫସଲ ନଷ୍ଟ କରୁଥିବା ଜାଣିବା ପରେ ହିରାଲାଲ ଧାନ ବିଲକୁ ଜଗିବାକୁ ଯାଇଥିଲେ । ଏହି ସମୟରେ କଚାଡ଼ି ମାରିଦେଇଛି ହାତୀ । ୩୦ ଟିକିଆ ହାତୀ ପଲ ଗତ କିଛି ଦିନ ହେଲା ସ୍ଥାନୀୟ ଅଂଚଳକୁ ଆସି ଉତ୍ପାତ କରୁଛନ୍ତି । ବନ ବିଭାଗ ଘଟଣାସ୍ଥଳରେ ପହଂଚି ମୃତ ଦେହକୁ ଉଦ୍ଧାର କରିବା ସହ ହାତୀ ଘଉଡାଇବା ପାଇଁ ବ୍ୟବସ୍ଥା କରୁଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe