ଟାପୁରେ ଫସିଛନ୍ତି ହାତୀ । ଅଙ୍ଗ ନଦୀରେ ବନ୍ୟା ପାଣି ଆସିଥିବାରୁ ପଦ୍ମପୁର ଘନାମାଲଠାରେ ଫସିରହିଛନ୍ତି ୪ଟି ହାତୀ

ଟାପୁରେ ଫସିଛନ୍ତି ହାତୀ । ଅଙ୍ଗ ନଦୀରେ ବନ୍ୟା ପାଣି ଆସିଥିବାରୁ ପଦ୍ମପୁର ଘନାମାଲଠାରେ ଫସିରହିଛନ୍ତି ୪ଟି ହାତୀ

କନକ ବ୍ୟୁରୋ : ଟାପୁରେ ଫସିଛନ୍ତି ହାତୀ । ନଦୀରେ ବନ୍ୟା ପାଣି ଚାଲିଆସିବାରୁ ପଦ୍ମପୁର ଘନାମାଲଠାରେ ଫସିରହିଛନ୍ତି ୪ଟି ହାତୀ । ରାତିରେ ଝାଂଜ ପାହାଡରୁ କୁଠେଲା ଡୁଙ୍ଗୁରି ଦେଇ ବୁଢାପାହାଡକୁ ଅତିକ୍ରମ କରୁଥିଲେ ହାତୀ ପଲ ।

ହେଲେ ଏହାର ମଝିରେ ଥିବା ଅଙ୍ଗନଦୀରେ ହଠାତ ବନ୍ୟା ପାଣି ପଳାଇଆସିଥିଲା ।ଫଳରେ ବେଶି ପାଣି ଆସୁଥିବାରୁ ହାତୀ ନଦୀ ପାର ହୋଇନପାରି ଟପୁରେ ଫସିଯାଇଥିଲେ । ଚାରିଟି ହାତୀରୁ ଦୁଇଟି ଛୁଆ ହାତୀ ରହିଛନ୍ତି । ହାତୀକୁ ଦେଖିବାପାଇଁ ଲୋକଙ୍କ ଭିଡ ଜମୁଥିବାରୁ ଲୋକ ଗହଳି ଦେଖି ୪ ହାତୀ ଘନାମାଲ ଜଙ୍ଗଲରେ ଅଟକି ଯାଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe