କନକ ବ୍ୟୁରୋ : ଟାପୁରେ ଫସିଛନ୍ତି ହାତୀ । ନଦୀରେ ବନ୍ୟା ପାଣି ଚାଲିଆସିବାରୁ ପଦ୍ମପୁର ଘନାମାଲଠାରେ ଫସିରହିଛନ୍ତି ୪ଟି ହାତୀ । ରାତିରେ ଝାଂଜ ପାହାଡରୁ କୁଠେଲା ଡୁଙ୍ଗୁରି ଦେଇ ବୁଢାପାହାଡକୁ ଅତିକ୍ରମ କରୁଥିଲେ ହାତୀ ପଲ ।
ହେଲେ ଏହାର ମଝିରେ ଥିବା ଅଙ୍ଗନଦୀରେ ହଠାତ ବନ୍ୟା ପାଣି ପଳାଇଆସିଥିଲା ।ଫଳରେ ବେଶି ପାଣି ଆସୁଥିବାରୁ ହାତୀ ନଦୀ ପାର ହୋଇନପାରି ଟପୁରେ ଫସିଯାଇଥିଲେ । ଚାରିଟି ହାତୀରୁ ଦୁଇଟି ଛୁଆ ହାତୀ ରହିଛନ୍ତି । ହାତୀକୁ ଦେଖିବାପାଇଁ ଲୋକଙ୍କ ଭିଡ ଜମୁଥିବାରୁ ଲୋକ ଗହଳି ଦେଖି ୪ ହାତୀ ଘନାମାଲ ଜଙ୍ଗଲରେ ଅଟକି ଯାଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/09/13.jpg)