କନକବ୍ୟୁରୋ : ମାଓ ପ୍ରବଣ ଅଂଚଳରେ ସଫଳତାର ସହ ମତଦାନ କେନ୍ଦ୍ରରେ ପହଂଚିଲେ ନିର୍ବାଚନ କର୍ମଚାରୀ । କର୍ମଚାରୀଙ୍କ ପାଇଁ ସ୍ୱତନ୍ତ୍ର ହେଲିକପ୍ଟରର ବ୍ୟବସ୍ଥା କରାଯାଇଥିଲା । ଇଭିଏମ, ଭିଭିପାଟ ଓ ଅନ୍ୟାନ୍ୟ ସାମଗ୍ରୀ ସହ ମତଦାନ କେନ୍ଦ୍ରରେ ନିର୍ବାଚନ କର୍ମଚାରୀ ପହଂଚିଥିବା ନେଇ ସୂଚନା ଦେଇଛନ୍ତି ନୂଆପଡ଼ା ଜିଲ୍ଲାପାଳ । ନୂଆପଡ଼ା ନିର୍ବାଚନ ମଣ୍ଡଳୀ ପାଇଁ ୩୦୨ଟି ବୁଥ ରହିଛି ।

Advertisment

ମତଦାନ କେନ୍ଦ୍ରରେ ପହଂଚିବା ନିର୍ବାଚନ କର୍ମଚାରୀମାନଙ୍କୁ ବସ୍, ବୋଲେରୋ ଏବଂ କେତେକ ସ୍ଥାନରେ ହେଲିକପ୍ଟର ଦ୍ୱାରା ବୁଥକୁ ନିର୍ବାଚନ କର୍ମଚାରୀଙ୍କୁ ପଠାଇବା ବ୍ୟବସ୍ଥା କରାଯାଇଛି । ସ୍ୱତନ୍ତ୍ର ହେଲିକପ୍ଟରରେ ମାଓ ପ୍ରବଣ ଅଂଚଳର ୫ଟି ବୁଥରେ ନିର୍ବାଚନ କର୍ମଚାରୀଙ୍କୁ ଛାଡି ଥିବା ଜଣାପଡିଛି । ଦୁଇ ଥର ହେଲିକପ୍ଟର ଦ୍ୱାରା ନିର୍ବାଚନ କର୍ମଚାରୀଙ୍କୁ ଛାଡ଼ିବା କରାଯାଇଛି । ସୁନାବେଡ଼ା ଏବଂ ପାଟଧରାକୁ ହେଲିକପ୍ଟର ଦ୍ୱାରା ନିର୍ବାଚନ କର୍ମଚାରୀ, ଇଭିଏମ, ଭିଭିପ୍ୟାଟ୍, ସାମଗ୍ରୀ ନେଇ ଯାଇଛନ୍ତି ।