ବିଭିନ୍ନ ରାଜନୈତିକ ଦଳଙ୍କୁ ନିର୍ବାଚନ ଆୟୋଗଙ୍କ ତାଗିଦ, ପ୍ରଚାର ସମୟରେ ପିଲାମାନଙ୍କୁ ସାମିଲ କରନ୍ତୁ ନାହିଁ ।

53

କନକବ୍ୟୁରୋ : ପାଖେଇ ଆସୁଛି ୨୦୨୪ ନିର୍ବାଚନ । ରାଜନୈତିକ ଦଳର ପ୍ରଚାର ଜମୁଛି । ବିଭିନ୍ନ ମୁଦ୍ଦା ନେଇ ଲୋକମାନଙ୍କ ପାଖକୁ ଯାଉଛନ୍ତି ନେତା । ରାଲି ମଧ୍ୟ ହେଉଛି । ଏହାରି ମଧ୍ୟରେ ଅଭିଯୋଗ ଅନୁଯାୟୀ ନିର୍ବାଚନ କମିଶନ କହିଛନ୍ତି ପ୍ରଚାର ସମୟରେ ଛୋଟ ପିଲାମାନଙ୍କୁ ପ୍ରଚାରରେ ସାମଲି କରାଯାଉଛି । ଓଡିଶାରେ ରାଲିରେ ପିଲାମାନଙ୍କୁ ସାମିଲ କରାଯିବା ନେଇ ଅଭିଯୋଗ ମଧ୍ୟ ଆସିଛି । ତେଣୁ ଏପରି ନ କରିବାକୁ ନିଦେଶ ଦେଇଛନ୍ତି । ଆୟୋଗଙ୍କ କହିବା ଅନୁଯାୟୀ ନିର୍ବାଚନ ସମୟରେ କୈାଣସି ଦଳ ପିଲାମାନଙ୍କୁ ସାମିଲ କରିବା ଠିକ ନୁହେଁ ।