ମା’କୁ ଶାବଳରେ ପିଟି ହତ୍ୟା କଲା ପରେ ଖୋଜି ଖୋଜି ହସ୍ପିଟାଲରେ ପହଂଚିଲା ବଡ଼ ପୁଅ । ଆତୁର ହୋଇ ହସ୍ପିଟାଲରେ ପଚାରିଥିଲା, କେଉଁଠି ଆଡମିଶନ୍ ହୋଇଛନ୍ତି ମା’ : କନକ ନ୍ୟୁଜ୍ ହାତରେ ସିସିଟିଭି ଭିଜୁଆଲ

501

କନକ ବ୍ୟୁରୋ : ସିସିଟିଭିର ଏହି ଦୃଶ୍ୟକୁ ଭଲଭାବରେ ଲକ୍ଷ୍ୟ କରନ୍ତୁ । ନାଲି ଟୋପି ପିନ୍ଧି ଜଣେ କିଶୋର ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲର ସାଇକେଲ ଷ୍ଟାଣ୍ଡ ନିକଟରେ ବୁଲୁଛି । ଏହି ନାବାଳକ ଜଣକ ଆଉ କେହି ନୁହେଁ, ସୁନ୍ଦରପଦାରେ ମାଆକୁ ଶାବଳରେ ପିଟି ହତ୍ୟା କରିଥିବା ବଡ ପୁଅ । ଶାବଳରେ ପିଟିବା ପରେ ଫେରାର ହୋଇଯାଇଥିବା ଦୁଇପୁଅଙ୍କ ମଧ୍ୟରୁ ବଡ ପୁଅ ହସ୍ପିଚାଲ ନିକଟରେ ପହଂଚି ଖୋଜୁଛି ତା ମାଆକୁ କେଉଁଠି ଆଡମିଶନ କରାଯାଇଛି ।

ଯେତେବେଳେ ମଣିଷ ହିତାହିତ ଜ୍ଞାନ ହରାଏ, ନିଜ ମାକୁ ସାବଳରେ ପିଟିବାକୁ ବି ପଛାଏ ନାହିଁ । କିନ୍ତୁ ପୂର୍ବ ଅବସ୍ଥାକୁ ଫେରିବା ପରେ ମନରେ ପ୍ରଶ୍ନ ଉଠେ, ସେ ଯାହା କରିଛି ଠିକ କରିଛି ତ । ଏହି ଘଟଣାରେ କିଛି ସେହିପରି ଘଟିଥିବା ଅନୁମାନ କରାଯାଉଛି ।

ଏହି ବ୍ୟକ୍ତି ଜଣଙ୍କ ହେଉଛନ୍ତି ନାବାଳକଙ୍କ ବାପା ତଥା ମୃତ ବିନୋଦିନିଙ୍କ ସ୍ୱାମୀ , ନିହାର ରଂଜନ ପ୍ରଧାନ । ଯିଏ ୨୦୧୧ ମସିହା ମେ ୧୩ ତାରିଖରେ ଅମିତ ପ୍ରଧାନ ହତ୍ୟା ମାମଲାରେ ପୁରୀ ଜେଲରେ ସଜା କାଟୁଛନ୍ତି । ମୃତ ବିନୋଦିନିଙ୍କ ଫୋନକୁ ପୁରୀ ଜେଲରୁ ଆସୁଥିଲା ଫୋନ । ପୋଲିସର ସୂଚନା ମୁତାବକ ସ୍ୱାମୀ ନିହାର ରଂଜନ ପ୍ରଧାନ ଏହି ଫୋନ କରୁଥିଲେ ।

ବୁଧବାର ରାତିରେ ପାରିବାରିକ ଝଗଡାରୁ ଦୁଇ ନାବାଳକ ମା ବିନୋଦିନିଙ୍କୁ ଶାବଳରେ ପିଟି ପିଟି ହତ୍ୟା କରିଥିଲେ । ସିସିଟିଭିର ଏହି ଦୃଶ୍ୟ ଦେଖିବା ପରେ ଏବେ ପ୍ରଶ୍ନ ଉଠୁଛି ହତ୍ୟାକାଣ୍ଡ ପରେ ନିଜ ମାକୁ ପୁଣି କାହିଁକି ଖୋଜିଥିଲେ ନାବାଳକ ।

-ହଠାତ ରାଗିଯାଇ ମାକୁ ହତ୍ୟା କରିବାପରେ ପଶ୍ଚାତାପ ଆସିଥିଲା କି?

-ଏମିତି କଣ ଝଗଡା ହେଲା ଯେ ଜନ୍ମ କଲା ମାକୁ ଶାବଳରେ ପିଟିଲେ ନାବାଳକ

-ମୃତଦେହକୁ ବାଥରୁମରେ ପକାଇ ପଡୋଶୀଙ୍କୁ ଫୋନ କରି ହସ୍ପିଟାଲ ନେବାପାଇଁ କହିବାର ଅର୍ଥ କଣ ?