କନକ ନ୍ୟୁଜରେ ଖବର ପ୍ରସାରଣର ପ୍ରଭାବ, ସଂଧ୍ୟାରୁ ଆଲୋକମାଳାରେ ପୁଣି ଝଲସିବ ଶ୍ରୀମନ୍ଦିର ଚର୍ତୁପାଶ୍ୱ । ପ୍ରଶାସନ ପକ୍ଷରୁ କାମ ଆରମ୍ଭ

797

କନକବ୍ୟୁରୋ:କନକ ନ୍ୟୁଜରେ ଖବର ପ୍ରସାରଣର ପ୍ରଭାବ । ଆଜି ସଂଧ୍ୟାରୁ ଆଲୋକମାଳାରେ ପୁଣି ଝଲସିବ ଶ୍ରୀମନ୍ଦିର ଚର୍ତୁପାଶ୍ୱର୍ । ଜିଲ୍ଲା ପ୍ରଶାସନ ପକ୍ଷରୁ ଶ୍ରୀମନ୍ଦିର ଚାରିପଟେ ଲାଇଟ୍ ଲଗାଇବା କାମ ଆରମ୍ଭ ହୋଇଛି । ଅନ୍ୟପଟେ ମୁଖ୍ୟ ଶାସନ ସଚିବ ପୁରୀ ଶ୍ରୀମନ୍ଦିରରେ ପହଂଚି ଲାଇଟ ଲଗାଇବା କାମର ତଦାରଖ କରିଛନ୍ତି । ନିର୍ବାଚନରେ ବିଜେଡି ହାରିବା ପରେ ମନ୍ଦିର ଚାରିପଟେ ଲଗାଯାଇଥିବା ଲାଇଟକୁ ହଟେଇ ନିଆଯାଇଥିବା ଅଭିଯୋଗ ହୋଇଥିଲା ।

ଏନେଇ କନକ ନ୍ୟୁଜରେ ବାରମ୍ବାର ଖବର ପ୍ରସାରଣ ହୋଇଥିଲା । ଏହାପରେ ଲାଇଟ ହଟାଇବା ଘଟଣାର ତଦନ୍ତ କରିବା ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟ ଶାସନ ସଚିବ । ୩ଦିନ ତଳେ ଶ୍ରୀମନ୍ଦିରର ଆଲୋକୀକରଣ ପାଇଁ ଲଗାଯାଇଥିଲା ଲାଇଟ୍ ଖୋଲି ଦିଆଯାଇଥିଲା । ସେପଟେ ଶ୍ରୀମନ୍ଦିର ଭିତରେ କେବୁଲ ଖୋଲୁଥିବା ବେଳେ ୪ଜଣଙ୍କୁ ଅଟକ ରଖିଛି ସିଂହଦ୍ୱାର ଥାନା ପୋଲିସ । ତେବେ ବିବାଦ ବଢିବା ପରେ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ପୁଣି ଥରେ ଲାଇଟ ଲଗାଇବା କାମ ଚାଲିଛି ।