ବଦଳୁଛି ଓଡିଶା: ଅଙ୍ଗନୱାଡି ଦିଦିଙ୍କ ନିଆରା ଢଙ୍ଗରେ ପାଠପଢା, ସ୍କୁଲରେ ନାଚଗୀତରେ ପାଠ ପଢୁଛନ୍ତି କୁନି କୁନି ପିଲା

ବଦଳୁଛି ଓଡିଶା: ଅଙ୍ଗନୱାଡି ଦିଦିଙ୍କ ନିଆରା ଢଙ୍ଗରେ ପାଠପଢା, ସ୍କୁଲରେ ନାଚଗୀତରେ ପାଠ ପଢୁଛନ୍ତି କୁନି କୁନି ପିଲା

କନକ ବ୍ୟୁରୋ: ବଦଳୁଛି ଓଡ଼ିଶାର ଚିତ୍ର  ଏବଂ ବଦଳୁଛି ଓଡିଶାବାସୀଙ୍କ ଚାଲି ଆଉ ଚଲଣ । ପାରମ୍ପରିକ ନୀତିରୁ ବାହାରକୁ ଯାଇ ଅନେକ କ୍ଷେତ୍ରରେ ବିକାଶମୁଖୀ ହେଉଛନ୍ତି ଓଡିଶାବାସୀ। ସ୍ୱାଧୀନତା ପରଠାରୁ ଓଡ଼ିଶା ସଂପୂର୍ଣ୍ଣ ଅବହେଳିତ ଅବସ୍ଥାରେ ଥିଲା । କିନ୍ତୁ ବର୍ତ୍ତମାନ ସମୟର ତାଳ ଦେଇ ଧୀରେ ଧୀରେ ପ୍ରଗତିର ଶିଢୀ ଚଢୁଛି ଓଡ଼ିଶା ।  ଓଡ଼ିଶାରେ ବିକାଶ ଧାରା ଆରମ୍ଭ ହୋଇ ଏବେ ଚରମ ସୀମାରେ ପହଂଚିଛି ।

publive-image

ବିଶେଷ କରି ଶିକ୍ଷାର ଢାଂଚାରେ ବ୍ୟାପକ ପରିବର୍ତ୍ତନ ଦେଖାଦେଇଛି । ପୂର୍ବରୁ ପାଠପଢିବା ପାଇଁ ଉଭୟ ପିଲାଙ୍କୁ ଏବଂ ଅଭିଭାବକମାନଙ୍କୁ ବାରମ୍ବାର ବୁଝାସୁଝା ଏବଂ ସଚେତନ କରାଯାଉଥିଲା କିନ୍ତୁ ଏବେ ସେ ଦିନ ପୂରା ପୁରି ବଦଳି ଯାଇଛି । ଏବେ ଶିକ୍ଷାଦାନର ଶୈଳୀ ଏଭଳି ପରିବର୍ତ୍ତନ ହୋଇଯାଇଛି କି ସ୍କୁଲମାନଙ୍କରେ ଏଣିକି ବେତ ପାହାରରେ ପାଠ ନୁହେଁ ବରଂ ପାଠ ପଢ଼ିବା ପାଇଁ ନାଚ-ଗୀତ ପନ୍ଥା ଆପଣଉଛନ୍ତି ଶିକ୍ଷକ-ଶିକ୍ଷୟିତ୍ରୀ । ଏବେ ଆଉ ସ୍କୁଲ୍ରେ ପାଠ ପଢ଼ା ବେଳେ ମାଡ଼ ନାହିଁ କି ଅତି ଛୋଟପିଲାଙ୍କ ପାଇଁ ଘରକୁ ପାଠ ନେବା ନିୟମ ବି ନାହିଁ। ବରଂ ପାଠ ପିଲାଙ୍କ ପାଇଁ ଆଉ ବୋଝ ନୁହେଁ ମନୋରଞ୍ଜନ ପାଲଟିଯାଇଛି ।

ସୋସିଆଲ ମିଡିଆରେ ଏଭଳି ଏକ ଭିଡିଓ ବର୍ତ୍ତମାନ ଖୁବ୍ ଜୋରରେ ଭାଇରାଲ ହେବାରେ ଲାଗିଛି ।ଯାହା ଭଦ୍ରକ ଜିଲ୍ଲାର ତିହିଡ଼ି ଅଞ୍ଚଳର ବୋଲି ଜଣାପଡିଛି। ଭିଡିଓରେ ଜଣେ ଅଙ୍ଗନଓ୍ଵାଡ଼ୀ କର୍ମୀ ପିଲାମାନଙ୍କୁ ଭିନ୍ନ ଅନ୍ଦାଜରେ ପାଠ ପଢ଼ାଉଥିବାର ଦେଖିବାକୁ ମିଳିଛି। ଏହି ଅଙ୍ଗନଓ୍ଵାଡ଼ୀ ଦିଦି ପିଲାଙ୍କୁ ଗୀତ ଗାଇ ଗାଇ ପାଠ ପଢ଼ଉଛନ୍ତି। ଦିଦି ଜଣକ ହେଉଛନ୍ତି ଦମୟନ୍ତୀ ମିଶ୍ର। ଭିଡିଓଟିକୁ ଷ୍ଟଲିନ୍ ଦାସ ନାମକ ଜଣେ ଟ୍ଵିଟ୍ର ବ୍ୟବହାରକାରୀ ଟ୍ଵିଟର୍ରେ ପୋଷ୍ଟ୍ କରିବା ପରେ ଭିଡିଓଟି ଭାଇରାଲ୍ ହୋଇଛି। ଦମୟନ୍ତୀ କହନ୍ତି, ‘ନୂଆ ଅରୁଣିମା ଅଧୀନରେ ପିଲାମାନଙ୍କୁ ଗୀତ, ନାଚ ଓ ବିଭିନ୍ନ ଧରଣର ମନୋରଞ୍ଜନଧର୍ମୀ କାର୍ଯ୍ୟ ଜରିଆରେ ପାଠ ପଢ଼ାଯାଉଛି। ପତ୍ୟେକ ଅଙ୍ଗନଓ୍ଵାଡ଼ୀରେ ଏପରି କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe