ଚାଷୀଙ୍କ ନାଁରେ ମିଛ ଲୋନ କରି ଟଙ୍କା ଚଳୁ କରିଦେଲେ ସୋସାଇଟି ସମ୍ପାଦକ । ଭଦ୍ରକ ଦୋବାଲ ସମବାୟ ସମିତି ବିରୋଧରେ ଆସିଲା ଅଭିଯୋଗ । ଚାଷୀଙ୍କ ନାଁରେ ଲକ୍ଷ ଲକ୍ଷ ଟଙ୍କା ରୁଣ । ହେଲେ ଖାତାରେ ନାହିଁ ଟଙ୍କା ।

163

କନକ ବ୍ୟୁରୋ : ଭଦ୍ରକ ଧାମନଗର ଦୋବଲ ସେବା ସମବାୟ ସମିତିରେ ଲକ୍ଷ ଲକ୍ଷ ଟଙ୍କାର ଦୁର୍ନୀତି ହୋଇଥିବା ଅଭିଯୋଗ କରିଛନ୍ତି ଏହି ସମିତିର ସଦସ୍ୟ ଥିବା ଚାଷୀ । ସେମାନଙ୍କ ନାଁରେ ଋଣ କରି ସମ୍ପାଦକ ଟଙ୍କା ଉଠାଇ ନେଇଥିବା ସେମାନେ ଅଭିଯୋଗ କରିଛନ୍ତି । ଏପରିକି ସେମାନଙ୍କ ପାସବୁକକୁ ରଖି ମନ ଇଛା ଟଙ୍କା ଜମା ଓ ଉଠାଣ କରିଥିବା ମଧ୍ୟ ସେମାନେ ଅଭିଯୋଗ ଆଣିଛନ୍ତି ।

ତେବେ ଏନେଇ ଚାଷୀ ଅଭିଯୋଗ କରିଛନ୍ତି ଚାଷୀ । ତେବେ ତାଙ୍କ ଟଙ୍କା ଫେରାଇ ଆଣିବାକୁ ସେମାନେ ଦାବି କରିବା ସହ ଠକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି ।