ପାଠକ ବାପ ପୁଅଙ୍କ ଆର୍ଥିକ କାରବାର ନେଇ ଇଡିର ତଦନ୍ତ ଆରମ୍ଭ । ଟଙ୍କା କାରବାର ନେଇ ବ୍ୟାଙ୍କ ଆକାଉଣ୍ଟର କରିବ ଯାଞ୍ଚ

100

କନକ ବ୍ୟୁରୋ : ପାଠକ ବାପ ପୁଅଙ୍କ ଆର୍ଥିକ କାରବାର ନେଇ ପ୍ରବର୍ତନ ନିର୍ଦ୍ଦେଶାଳୟର ତଦନ୍ତ ଆରମ୍ଭ ହୋଇଛି । ଟଙ୍କା କାରବାର ନେଇ ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ କରିବ । ମନି ଲଣ୍ଡରିଂର ତଦନ୍ତ ପାଇଁ ଇଡି ଓ ଆଇଟି ବିଭାଗକୁ ଚିଠି ଲେଖିଥିଲା ରାଜ୍ୟ ଭିଜିଲାନ୍ସ ସେଲ୍ । ଆକାଶ ପାଠକଙ୍କ ବ୍ୟାଙ୍କ ଆକାଉଣ୍ଟର ଯାଞ୍ଚ କରିବ ପ୍ରବର୍ତନ ନିର୍ଦ୍ଦେଶାଳୟ ବା ଇଡି ଓ ଆୟକର ବିଭାଗ ।

ଆକାଶ ପାଠକଙ୍କ ତିନୋଟି ବ୍ୟାଙ୍କ ଆକାଉଣ୍ଟରେ ୧୪ କୋଟି ୭୭ ଲକ୍ଷ ଜମା ହୋଇଥିବା ପ୍ରମାଣ ମିଳିବା ପରେ ତଦନ୍ତ ପାଇଁ ଇଡି ଓ ଆଇଟି ବିଭାଗକୁ ଚିଠି ଲେଖିଥିଲା ରାଜ୍ୟ ଭିଜିଲାନ୍ସ ସେଲ୍ । ଆକାଶଙ୍କ ନାମରେ ଥିବା ବ୍ୟାଙ୍କ ଆକାଉଣ୍ଟରେ ବେନାମୀ ଭାବେ କୋଟି କୋଟି ଟଙ୍କା କାରବାର ହୋଇଥିବା ଦର୍ଶାଇ ଅର୍ଥନୈତିକ ଅପରାଧ ଆଇନ ଅନୁସାରେ ଏହାର ତଦନ୍ତ କରିବାକୁ ଚିଠି ଲେଖିଥିଲା ଭିଜିଲାନ୍ସ ।

ସେହିପରି ବେନାମୀ ଅର୍ଥ ନେଣ ଦେଣ ନିରୋଧ ଆଇନ ୧୯୮୮ ଆଧାରରେ ତଦନ୍ତ କରିବାକୁ ଆୟକର ବିଭାଗ ଚିଠି ଲେଖିଥିଲା ଭିଜିଲାନ୍ସ । ଚିଠିରେ ଦର୍ଶାଯାଇଛି ଆକାଶଙ୍କ ଆକାଉଣ୍ଟରେ ୯ କୋଟି ୪୮ ଲକ୍ଷ ନଗଦ ଟଙ୍କା ଜମା ହୋଇଥିବାବେଳେ ୫ କୋଟି ୨୯ ଲକ୍ଷ ଟଙ୍କା ଟ୍ରାନ୍ସଫର ବା କ୍ଲିୟରିଙ୍ଗ ଆକାରରେ ଜମା ହୋଇଛି । ଆଉ ଏକ ବଡ କଥା ହେଉଛି ଆକାଶଙ୍କ ଆକାଉଁଂଟରରେ ଏତେ ଟଙ୍କା ଜମା ହୋଇଥିଲେ ମଧ୍ୟ ସେ ଆୟ କର ବାବଦକୁ ଗୋଟିଏ ବି ଟଙ୍କା ଦେଇ ନାହାଁନ୍ତି । ଆୟର କୌଣସି ବାଟ ନଥିବାବେଳେ ଆକାଶଙ୍କ ଆକାଉଣ୍ଟକୁ କେଉଁଠୁ ଏତେ ଟଙ୍କା ଆସିଲା ଓ କିଏ ଜମା କଲା ଏହାର ତଦନ୍ତ କରିବ ଇଡି ।

ଆୟ ବର୍ହିଭୂତ ସମ୍ପତି ଠୁଳ ମାମଲାରେ କୋଟପତି ପାଠକ ବାପା-ପୁଅଙ୍କୁ ଘନ ଘନ ଜେରା ଚାଲିଛି । ସନ୍ଦେହ ଘେରକୁ ଆସିଛନ୍ତି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ । ଖୋଲତାଡ ବେଳେ ଭିଜିଲାନ୍ସ ପାଖରେ ଲାଗିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ । ତଦନ୍ତ ବେଳେ ଆକାଶ ଓ ପ୍ରଦୀପଙ୍କ ମଧ୍ୟରେ ଟଙ୍କା କାରବାର ନେଇ ଲାଗିଛି ପ୍ରମାଣ ।

ପ୍ରଦୀପ ପାଣିଗ୍ରୀଙ୍କ ବ୍ରହ୍ମପୁର କୋର୍ଟପେଟାରେ ଥିବା ଏକ ବ୍ୟାଙ୍କ ଆକାଂଉଟ ତଥ୍ୟ ଭିଜିଲାନ୍ସ ହାତରେ ଲାଗିଛି । ଏହି ଆକାଉଂଟରେ ଆକାଶ ପାଠକଙ୍କ ନିକଟକୁ ଚଳିତବର୍ଷ ଅଗଷ୍ଟ ୨୫ରେ ୫ ଲକ୍ଷ ଟଙ୍କା ଯାଇଛି । ସେହିଭଳି ସେପେଟମ୍ବର ୨ ତାରିଖରେ ୨ ଥରରେ ୪୦ ଲକ୍ଷ ଓ ୧୦ ଲକ୍ଷ କରି ମୋଟ ୫୦ ଲକ୍ଷ ଟଙ୍କା ଟଙ୍କା ପଠାଯାଇଛି । ଏହି ଟଙ୍କା ଆକାଶ ପାଠକଙ୍କ ଆକାଂଟକୁ ପ୍ରଦୀପ ପାଣିଗ୍ରାହୀ କାହିଁକି ଦେଇଥିଲେ ତାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି । ବଡ ପ୍ରଶ୍ନ ଉଠୁଛି, ଆକାଶ ପାଠକଙ୍କ ବିଳାସପୂର୍ଣ୍ଣ ଜୀବନ ପ୍ରଦୀପ ପାଣିଗ୍ରାହୀଙ୍କ ଟଙ୍କା ଉପରେ ଚାଲୁଥିଲା କି ।

ବଡ କଥା ହେଉଚି, ସାମ୍ବାଦିକ ସମ୍ମିଳନୀ କରି ପ୍ରଦୀପ ପାଣିଗ୍ରାହୀ ଆକାଶଙ୍କୁ କ୍ଲିନଚିଟ ଦେଇଥିବା ପ୍ରଦୀପ ଏହି ଟଙ୍କା କାରବାର ନେଇ ଅସୁବିଧାରେ ପଡିଛନ୍ତି । ଏହି ଟଙ୍କା ଆକାଶ ଚାଟାର୍ଡ ପ୍ଲେନ ଓ ହୋଟେଲରେ ରହିବା ପାଇଁ ଖର୍ଚ ହେଉଥିଲା କି । ଏ ନେଇ ଭିଜିଲାନ୍ସ ଖୋଳତାଡ ଆରମ୍ଭ କରିଛି । ପ୍ରଶ୍ନ ଉଠୁଛି, ଗୋଟିଏ ଦିନରେ ଆକାଶଙ୍କୁ ଏମିତି କଣ ଦରକାର ପଡିଲା ଯେ, ପ୍ରଦୀପ ପାଣିଗ୍ରାହୀ ଅଧକୋଟି ଟଙ୍କା ପଠାଇଛନ୍ତି । ସେପଟେ ପ୍ରଦୀପଙ୍କ ସହ କିଛି ସଂସ୍ଥା ଓ ବ୍ୟକ୍ତିବିଶେଷ ବିପୁଳ ପରିମାଣର ଟଙ୍କା କାରବାର ହେଉଥିବା ତଥ୍ୟ ବି ସାମ୍ନାକୁ ଆସିଛି ।

ସେପେଟମ୍ବର ୨ ତାରିଖ ୨୦୨୦ରେ ଗୁରୁମୂର୍ତି ଅଏଲ ତରଫରୁ ପ୍ରଦୀପ ପାଣିଗ୍ରାହୀଙ୍କ ଆକାଂଉଟରେ ୪୦ ଲକ୍ଷ ଟଙ୍କା ଜମା କରଯାଇଛି । ଆଉ ଜମାହେବାର କିଛି ସମୟ ମଧ୍ୟରେ ଆକାଶ ପାଠକଙ୍କ ଆକାଂଉଟକୁ ପଠାଯାଇଛି । ପ୍ରଶ୍ନ ଉଠୁଛି, ଏହି ବ୍ୟକ୍ତି ଓ ସଂସ୍ଥା କିଏ ଯିଏ ପ୍ରଦୀପ ପାଣିଗ୍ରାହୀଙ୍କ ଆକାଂଉଟକୁ ୨ ଦିନରେ ଏତେ ଟଙ୍କା ଡିପୋଜିଟ କରିଛନ୍ତି । ଭିଜିଲାନ୍ସ ଏହି ମଝି କାରବାର ଉପରେ ପଂହଚିବା ପାଇଁ ଉଦ୍ୟମ ଆରମ୍ଭ କରିଛିା ଖାଲି ଏତିକି ନୁହେଁ ସୂର୍ଯ୍ୟ ଫିଲିଂ ଷ୍ଟେସନ ଓ ରବୀନ୍ଦ୍ର ସାହୁଙ୍କ ତରଫରୁ ବିପୁଳ ପରିଣାର ଟଙ୍କା ପ୍ରଦୀପ ପାଣିଗ୍ରାହୀଙ୍କ ଆକାଂଉଟଙ୍କୁ ପଠାଯାଇଛି । ତେଣୁ ସଂପୃକ୍ତ ବ୍ୟକ୍ତି ଓ ସଂସ୍ଥା ବି ଏସଆଟିର ସ୍କାନରରେ ଆସିପାରନ୍ତି ।