କନକ ବୁରୋ : ପୃଥିବୀ କକ୍ଷପଥ ଦେଇ ଆଜି ଏକ ବିରାଟ ଉଲକାପିଣ୍ଡ ଅତିକ୍ରମ କରିବ । ଏହା ପୃଥିବୀ ଆଡକୁ ଦ୍ରୁତି ଗତିରେ ମାଡି ଆସୁଛି । ତେବେ ଏହା ପୃଥିବୀ ପୃଷ୍ଠରେ ପଡିବ ନାହିଁ ଓ ପୃଥିବୀ ପ୍ରତି କୌଣସି ବିପଦ ନାହିଁ ବୋଲି ଆମେରିକାର ମହାକାଶ ଗବେଷଣା କେନ୍ଦ୍ର ନାସା ସ୍ପଷ୍ଟ କରିଛି । ଘଂଟାକୁ ୩୧ ହଜାର ୪୦୦ ମାଇଲ ବେଗରେ ପୃଥିବୀ ଆଡକୁ ମାଡି ଆସୁଥିବା ସୂଚନା ମିଳିଛି ।/kanak/media/post_attachments/wp-content/uploads/2020/09/1-5-300x225.jpg)
ଇଜିପ୍ଟରେ ଥିହା ପ୍ରଖ୍ୟାତ ଗିଜା ପିରାମିଡର ଆୟତନ ସହ ଏହି ଉଲକାପିଣ୍ଡ ସମାନ ବୋଲି କୁହାଯାଉଛି । ଏହି ଉଲକାପିଣ୍ଡର ଗତିପଥକୁ ନାସା ପକ୍ଷରୁ ନିରନ୍ତର ଅନୁଧ୍ୟାନ କରାଯାଉଛି । ୨୦୧୦ ମାର୍ଚ୍ଚ ୧୮ ତାରିଖରେ ଆବିଷ୍କୃତ ହୋଇଥିବା ଏହି ଉଲକାପିଣ୍ଡକୁ ୪୬୫୮୨୪ ବା ୨୦୧୦-ଏଫଆର ନାମରେ ନାମିତ କରାଯାଇଥିଲା । /kanak/media/post_attachments/wp-content/uploads/2020/09/2-9-300x197.jpg)
ଏହି ମହାଜାଗତିକ ବସ୍ତୁର ବ୍ୟାସ ୧୨୦ ମିଟରରୁ ୨୭୦ ମିଟର ଯାଏଁ ରହିଛି । ତେବେ ଆଜି ଏହା ପୃଥିବୀ ପୃଷ୍ଠରୁ ୪୬ ଲକ୍ଷ ମାଇଲ ଅର୍ଥାତ ଚନ୍ଦ୍ର ଦୂରତାର ୧୯ ଗୁଣ ଦୂରରେ ପୃଥୀବି କକ୍ଷ ପଥକୁ ଅତିକ୍ରମ କରିବ । ତେଣୁ ଏହାର ସାମାନ୍ୟତମ ପ୍ରଭାବ ପୃଥିବୀ ଉପରେ ପଡିବ ନାହିଁ ବୋଲି ନାସା ସୂଚନା ଦେଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/09/4-8.jpg)