ପିଏଫ ଖାତାଧାରୀଙ୍କୁ ଆଶ୍ୱସ୍ତି: ବଢିଲା ୟୁଏଏନ ସହ ଆଧାର ଲିଙ୍କର ଅବଧି

155

କନକ ବ୍ୟୁରୋ: ଇପିପିଏଫ ଖାତାଧାରୀଙ୍କ ପାଇଁ ବଡ ଖବର । ୟୁଏଏନ ସହ ଆଧାର ଲିଙ୍କର ଅବଧିକୁ ବଢାଇ ଦିଆଯାଇଛି । ଏଣିକି କିଛି ଖାସ କ୍ଷେତ୍ରର କର୍ମଚାରୀ ପିଏଫ ଖାତାର ୟୁଏଏନକୁ ୩୧ ଡିସେମ୍ବର ଯାଏଁ ଆଧାର ନମ୍ବର ସହ ଲିଙ୍କ କରିପାରିବେ । ସେହିପରି ବାକି କିଛି କର୍ମଚାରୀଙ୍କ ପାଇଁ ସେପ୍ଟେମ୍ବର ୩୦ ତାରିଖ ଯାଏଁ ଡେଡ ଲାଇନ ରଖାଯାଇଛି । ଏହି ସମୟ ମଧ୍ୟରେ ୟୁଏଏନ ସହ ଆଧାର ଲିଙ୍କ କରିବାକୁ ହେବ ।

ଇପିଏଫଓ ମେମ୍ବରଙ୍କ ପାଇଁ ଇପିଏଫ ଆକାଉଣ୍ଟକୁ ଆଧାର ସହ ଲିଙ୍କ କରିବା ବାଧ୍ୟତାମୂଳକ କରାଯାଇଛି । ସମସଙ୍କ ପାଇଁ ଶେଷ ତାରିଖ ସେପ୍ଟେମ୍ବର ୩୦ ରହିଥିଲା । ହେଲେ ନର୍ଥ ଇଷ୍ଟ ଭାରତର କିଛି ପ୍ରତିଷ୍ଠାନ ଗୁଡିକ ପାଇଁ ଏହି ତାରିଖ ଡିସେମ୍ବର ୩୧ ଯାଏଁ କରାଯାଇଛି । ହେଲେ ଅନ୍ୟ ସବୁ ପ୍ରତିଷ୍ଠାନ ପାଇଁ ଏହି ତାରିଖ ସେପ୍ଟେମ୍ବର ୩୦ ରହିଛି ।

ତେବେ ଆପଣ ଚାହିଁଲେ ଘରେ ବସି ଆପଣଙ୍କ ୟୁଏଏନ ଆକାଉଣ୍ଟ ସହ ଆଧାର ଲିଙ୍କ କରିପାରିବେ

ଏଥିପାଇଁ ଆପଣଙ୍କୁ ପ୍ରଥମେ ଇପିଏଫର ଅଫିସିଆଲ ୱେବସାଇଟକୁ ଯିବାକୁ ପଡିବ ।
ଏହାପରେ ଅନଲାଇନ ସର୍ଭିସେସକୁ ଯାଇ ଇ-କେୱାଇସି ପୋର୍ଟାଲକୁ ଯିବେ ଆଉ ସେଠାରେ ଲିଙ୍କ ୟୁଏଏନ ଆଧାର ଅପ୍ସନ ଉପରେ କ୍ଲିକ କରନ୍ତୁ ।
ସେଠାରେ ଆପଣଙ୍କ ୟୁଏଏନ ନମ୍ବର ଓ ରେଜିଷ୍ଟର ମୋବାଇଲ ନମ୍ବର ଦେବେ
ଏହାପରେ ମୋବୈାଇଲ ନମ୍ବରକୁ ଏକ ଓଟିପି ଯିବ ।
ଏହାପରେ ଆପଣ ସବମିଟ ବଟନ ଉପରେ କ୍ଲିକ କରିବେ ଆଉ ଓଟିପି ଭେରିଫିକେସନ ଉପରେ କ୍ଲିକ କରି ଭେରିଫାଇ କରିବେ ।
ଏସବୁ ସରିଲା ପରେ ଇପିଏଫଓ ତରଫରୁ ଇପିଏଫ ଓ ଆଧାର ଲିଙ୍କର ଅଥଣ୍ଟିକେସନ ପାଇଁ ଆପଣଙ୍କ କମ୍ପାନୀକୁ ଯୋଗାଯୋଗ କରାଯିବ । କମ୍ପାନୀରୁ ସହମତି ମିଳିବା ପରେ ଇପିଏଫ ଆକାଉଣ୍ଟ ସହ ଆଧାର ଲିଙ୍କ ହୋଇଯିବ ।

ଯଦି ଆପଣ ଏପିଏଫ ସହ ଆଧାର ଲିଙ୍କ କରୁନାହାନ୍ତି । ତେବେ ଆପଣଙ୍କ ଆଗାମୀ ପିଏଫ ବନ୍ଦ ହୋଇଯାଇପାରେ । ଆଉ ଜମା ଟଙ୍କା ବାହାର କରିବାରେ ଅସୁବିଧା ହୋଇପାରେ । ତେବେ ଏହି ଅସୁବିଧା ପୂର୍ବରୁ ଆପଣଙ୍କୁ ପିଏଫ ଆକାଉଣ୍ଟ ସହ ଆଧାର ଲିଙ୍କ କରିଦେବା ଆବଶ୍ୟକ ।