ଡବଲ୍ ଇଞ୍ଜିନ୍ ନାରାକୁ କାଉଣ୍ଟର କରିବା ପାଇଁ ବିଜେଡି ରଣନୀତି । ଯୋଡି ଶଙ୍ଖ ପାଇଁ ଜୋରଦାର ଆରମ୍ଭ କଲେ ପ୍ରଚାର ।

109

କନକ ବ୍ୟୁରୋ: ହିଞ୍ଜିଳିରୁ ପ୍ରଚାର ମଇଦାନକୁ ଓହ୍ଳାଇଛନ୍ତି ନବୀନ ପଟ୍ଟନାୟକ । ଆଉ ଆଜି ହିଞ୍ଜିଳି ସଭାରେ ଦେଖିବାକୁ ମିଳିଛି କିଛି ରୋଚକ ଦୃଶ୍ୟ । ବିଜେଡି ସଭାରେ ମହିଳାମାନେ ନବୀନ ମୁଖା ପିନ୍ଧି ବସିଥିବାର ଦେଖିବାକୁ ମିଳିଛି । ସେହିପରି ନବୀନ ପଟ୍ଟନାୟକଙ୍କ ଯୋଡ଼ି ଶଙ୍ଖ ଭିଡିଓ ପରେ ଆଜି ତାହାର ଝଲକ ଦେଖିବାକୁ ମିଳିଛି । ଉଭୟ ବିଧାନସଭା ଓ ଲୋକସଭାରେ ଶଙ୍ଖ ବଟନ ଟିପିବାକୁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଥିଲେ । ଏହାପରେ ଆଜି ହିଞ୍ଜିଳି ସଭାରେ ଯୋଡ଼ି ଶଙ୍ଖ ଧରି ଲୋକ ଏଥିରେ ସାମିଲ ହୋଇଥିଲେ ।

ବିଜେପିର ଡବଲ ଇଞ୍ଜିନ୍ ବନାମ ବିଜେଡିର ଯୋଡିଶଙ୍ଖ । ଡବଲ୍ ଇଞ୍ଜିନ୍  ନାରାକୁ କାଉଁଟର କରିବା ପାଇଁ ବିଜେଡି ରଣନୀତି । ଯୋଡି ଶଙ୍ଖ ପାଇଁ ଜୋରଦାର ପ୍ରଚାର ଆରମ୍ଭ କରିଛି ବିଜେଡି । ଯେଉଁଠି ବିଜେପି ଡବଲ ଇଂଜିନକୁ ପ୍ରସଙ୍ଗ କରିଛି, ଏହାକୁ ଟକ୍କର ଦେବା ପାଇଁ ଯୋଡିଶଙ୍ଖ ଆଣିଛି ବିଜୁ ଜନତା ଦଳ । ଉଭୟ ବିଧାନସଭା ଓ ଲୋକସଭାରେ ଶଙ୍ଖ ବଟନ୍ ଚିପିବାକୁ ଆହ୍ୱାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରଚାର ମଇଦାନକୁ ଓହ୍ଲାଇବା ପୂର୍ବରୁ ଭିଡିଓ ଜାରି କରି ଯୋଡି ଶଙ୍ଖରେ ଭୋଟ୍ ଦେବାକୁ କହିଥିଲେ ନବୀନ ।