କନକ ବ୍ୟୁରୋ : ଭାରସାମ୍ୟ ହରାଇ ଘର ଉପରେ ଚଢ଼ିଗଲା ଡମ୍ପର । ଅଳ୍ପକେ ବର୍ତିଲା ଘରେ ଥିବା ଲୋକଙ୍କ ଜୀବନ । ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ଅଧିନ ବଡ଼ ପୋଖରୀ- ତୁଡ଼ିଗଡ଼ିଆ ରାସ୍ତାରେ ଘଟିଛି ଅଘଟଣ । ଡମ୍ପର ରାସ୍ତାରେ ଯାଉଥିବା ବେଳେ ୨ଟି ଘର ଉପରେ ଚଢ଼ି ଯାଇଥିଲା । ଦୁର୍ଘଟଣାରୁ ଅଳ୍ପକେ ବର୍ତି ଯାଇଥିଲା ୧୦ ଜଣଙ୍କ ଜୀବନ ।
ତେବେ ଡମ୍ପରଟି ଦୁଇଟି ଘର ଉପରେ ଚଢ଼ି ଯିବାରୁ ବ୍ୟାପକ କ୍ଷୟକ୍ଷତି ହୋଇଛି । ଗାଡ଼ି ମାଲିକ ସହ ଡ୍ରାଇଭରକୁ ଅଟକ ରଖିଥିଲେ ଲୋକେ । ଉଭୟ ପରିବାରକୁ ଗାଡ଼ି ମାଲିକ ୩୦ ହଜାର ଟଙ୍କା କ୍ଷତିପୂରଣ ଦେବାରୁ ପରିସ୍ଥିତି ଶାନ୍ତ ପଡ଼ିଥିଲା ।