ରାଜ୍ୟରେ ମରୁଡି ସ୍ଥିତି ଗମ୍ଭୀର । ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ କଲେ ରାଜ୍ୟ ସରକାର । ହେଲେ ସାମିଲ ହେଲେନି ବିଭାଗୀୟ ମନ୍ତ୍ରୀ ।

122

କନକ ବ୍ୟୁରୋ: ରାଜ୍ୟରେ ମରୁଡି ସ୍ଥିତି ଗମ୍ଭୀର ରୂପ ନେଲାଣି । ୧୫ଟି ଜିଲ୍ଲାର ୩୦ ବ୍ଲକରେ ମରୁଡି ଭଳି ସ୍ଥିତି ନେଇ ସରକାର ସ୍ୱୀକାର କଲେଣି । ଆଜି ରାଜ୍ୟର ମରୁଡି ସ୍ଥିତି ନେଇ ସରକାର ମଧ୍ୟ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ କରିଛନ୍ତି କିନ୍ତୁ ଏହି ବୈଠକରେ ୩ ବିଭାଗୀୟ ମନ୍ତ୍ରୀଙ୍କୁ ଦେଖିବାକୁ ମିଳିନଥିଲା । ଚାଷ ସଂପର୍କିତ କୃଷି, ରାଜସ୍ୱ ଓ ସମବାୟ ବିଭାଗର ସଚିବ ତଥା ବରିଷ୍ଠ ଅଧିକାରୀ ସାମିଲ ଥିଲେ ବୈଠକରେ କିନ୍ତୁ ବିନା ମନ୍ତ୍ରୀରେ ହୋଇଥଲା ସମୀକ୍ଷା ବୈଠକ । କୃଷି ବିଭାଗର ମନ୍ତ୍ରୀ ଅରୁଣ ସାହୁ, ସମବାୟ ବିଭାଗର ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଓ ରାଜସ୍ୱ ମନ୍ତ୍ରୀ ସୁଦାମ ମାରାଣ୍ଡି କେହିବି ସାମିଲ ନଥିଲେ । ଯେତେବେଳେ ଚାଷୀକୂଳ ପ୍ରଭାବିତ ହେଉଛନ୍ତି ଅନେକ ଜିଲ୍ଲାରେ ସ୍ଥିତି ଗମ୍ଭୀର ହେଲାଣି , ସେତେବେଳ ମନ୍ତ୍ରୀଙ୍କ ଅନୁପସ୍ଥିତିକୁ ନେଇ ଭିନ୍ନ ଚର୍ଚ୍ଚା କରାଯାଉଛି । ଆଜିର ବୈଠକରେ ମନ୍ତ୍ରୀ ସାମିଲ ହେବାର କଣ ଅସୁବିଧା ଥିଲା , କାହିଁକି ଉପସ୍ଥିତ ରହିଲେନି ୩ ମନ୍ତ୍ରୀ, ଏନେଇ ପ୍ରଶ୍ନ ଉଠିଛି ।