ହୃତଘାତରେ ଚାଲିଗଲା ଗାଡି ଚାଳକଙ୍କ ଜୀବନ, ବଞ୍ଚାଇଦେଲେ ୫୦ ଯାତ୍ରୀଙ୍କ ଜୀବନ ।

244

କନକ ବ୍ୟୁରୋ: ମୃତ୍ୟୁ କେତେବେଳେ କେଉଁଠି ଆସିବ ତାହା କହିହେବ ନାହିଁ । ଗାଡ଼ି ଚାଳନା ବେଳେ ହୃଦଘାତରେ ଜଣେ ବସ୍ ଡ୍ରାଇଭରଙ୍କ ଜୀବନ ଯାଇଛି। ହୃଦଘାତ ବୋଲି ଡ୍ରାଇଭର ଅନୁଭବ କରିବା ପରେ ଯାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ବସଟିକୁ ରାସ୍ତାରେ ଠିଆ କରିଥିଲେ । ଫଳରେ ୫୦ ଯାତ୍ରୀ ଏକ ବଡ଼ ଦୁର୍ଘଟଣାରୁ ବର୍ତିଯାଇଛନ୍ତି । ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବଜାର ଦେଇ ଯାଇଥିବା ୧୬ ନମ୍ବର ଜାତୀୟ ରାଜପଥର ଗୁରୁବାର ଦିନ ଏଭଳି ଘଟଣା ଘଟିଥିଲା ।

ସୂଚନା ଅନୁସାରେ ଅପରାହ୍ଣ ୩ଟାରେ ବସଟି ବାରିପଦାରୁ ଭୁବନେଶ୍ୱର ଅଭିମୁଖେ ଯାଉଥିଲା । ଭଣ୍ଡାରିପୋଖରୀଠାରେ ଡ୍ରାଇଭର ଛାତିରେ ଯନ୍ତ୍ରଣା ଅନୁଭବ କରି ବସ ଅଟକାଇ ଅଚେତ ହୋଇପଡ଼ିଥିଲେ । ସ୍ଥାନୀୟ ଲୋକେ ତାଙ୍କୁ ପ୍ରଥମେ ଭଣ୍ଡାରିପୋଖରୀ ଡାକ୍ତରଖାନାକୁ ନେଇଥିଲେ । ପରେ ତାଙ୍କୁ ଭଦ୍ରକ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଘଟଣା ଦିନର ପୁରା କାହାଣୀ କହିଛନ୍ତି କଣ୍ଡକ୍ଟର ।