କନକ ବ୍ୟୁରୋ : କରୋନା କଟକଣା ପାଇଁ ରାଜ୍ୟରେ ୨ ଲକ୍ଷ ଏଲଏଲ ଟେଷ୍ଟ ଆବେଦନ ଆରଟିଓରେ ପଡ଼ି ରହିଛି । ଏହି ଆବେଦନକାରୀଙ୍କ ପରୀକ୍ଷା ଆରଟିଓଗୁଡ଼ିରେ ଆରମ୍ଭ ହୋଇଛି । ପ୍ରଥମ ପର୍ଯ୍ୟାୟରେ ୨ ହଜାର ୩୦୦ ଆବେଦନକାରୀ ପରୀକ୍ଷା ଦେଇଥିଲେ । କିନ୍ତୁ ଆଶ୍ଚର୍ଯ୍ୟର କଥା ଯେ ଅଧିକା˚ଶ ଆବେଦନକାରୀ କମ୍ପ୍ୟୁଟର ସମ୍ପର୍କରେ ସମ୍ପୂର୍ଣ୍ଣ ଅନଭିଜ୍ଞ । କିବୋର୍ଡ, ମାଉସ୍ ଠିକରେ ଚଳାଇ ପାରୁନଥିବାରୁ ସେମାନେ କମ୍ପ୍ୟୁଟରରେ ପରୀକ୍ଷା ଦେଇ ନପାରି ଫେଲ୍ ହୋଇଛନ୍ତି । ଏହି ପରୀକ୍ଷାରେ ମୋଟ ୨୦ଟି ପ୍ରଶ୍ନରୁ ସର୍ବନିମ୍ନ ୧୨ଟି ପ୍ରଶ୍ନର ଉତ୍ତର ଆବେଦନକାରୀ ଦେଲେ ପରୀକ୍ଷାରେ ପାସ ହେବାର ନିୟମ ଥିବା ବେଳେ କମ୍ପ୍ୟୁଟର ସମ୍ପର୍କରେ ଅଜ୍ଞ ଥିବାରୁ ଫେଲ୍ ହୋଇଛନ୍ତି । ଯେଉଁମାନେ ଫେଲ୍ ହୋଇଛନ୍ତି, ସେମାନେ ପରୀକ୍ଷା ତାରିଖରୁ ୭ ଦିନ ପରେ ପୁନଃ ଏଲଏଲ ପରୀକ୍ଷା ପାଇଁ ଆବେଦନ କରିପାରିବେ ବୋଲି ପରିବହନ କମିସନରଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି ।
ଆରମ୍ଭ ହେଲା ଡ୍ରାଇଭିଂ ଲାଇସେନ୍ସ ପ୍ରକ୍ରିୟା : ଅଧିକା˚ଶ ଆବେଦନକାରୀ କମ୍ପ୍ୟୁଟର ସମ୍ପର୍କରେ ସମ୍ପୂର୍ଣ୍ଣ ଅନଭିଜ୍ଞ
/kanak/media/post_attachments/wp-content/uploads/2020/11/theory-test-questions-driving-test-driving-lessons.jpg)
ସୂଚନା ଅନୁଯାୟୀ, ୨୩୬ ଦିନ ଅର୍ଥାତ ପାଖାପାଖି ୮ ମାସ ପରେ ରାଜ୍ୟରେ ନୂଆ ଗାଡ଼ି ଚାଳକଙ୍କ ପାଇଁ ଲର୍ଣ୍ଣର ଲାଇସେନ୍ସ(ଏଲଏଲ) ସେବା ଆଜିଠାରୁ ଆରମ୍ଭ ହୋଇଛି । ମୋଟ ୩୮ଟି ଆରଟିଓ ଓ ଏଆରଟିଓରେ ଏହି ପରୀକ୍ଷା କରାଯାଇଥିଲା । ମାର୍ଚ୍ଚ ୨୫ ତାରିଖ ପୂର୍ବରୁ ଯେଉଁମାନେ ଲର୍ଣ୍ଣର ଲାଇସେନ୍ସ ପାଇଁ ଆବେଦନ କରିଥିଲେ, କେବଳ ସେହି ଆବେଦନକାରୀମାନେ ପରୀକ୍ଷା ଦେବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି । ଆରଟିଓରେ ପଡ଼ିରହିଥିବା ୨ ଲକ୍ଷ ଆବେଦନକାରୀଙ୍କ ପରୀକ୍ଷା ଶେଷ ହେବା ପରେ ନୂଆ ଗାଡ଼ି ଚାଳକଙ୍କୁ ଲର୍ଣ୍ଣର ଲାଇସେନ୍ସ ଆବେଦନ କରିବାକୁ ପରିବହନ ବିଭାଗ ଅନୁମତି ଦେବାକୁ ଯୋଜନା କରାଯାଉଛି । ମାର୍ଚ୍ଚ ୨୫ ତାରିଖ ପରଠାରୁ ରାଜ୍ୟରେ ଏଲଏଲ୍ ପରୀକ୍ଷା ବନ୍ଦ ଥିବାରୁ ଆରଟିଓରେ ପଡ଼ିରହିଥିବା ପୁରୁଣା ଏଲଏଲ୍ ଆବେଦନ ପ୍ରଥମ ପର୍ଯ୍ୟାୟରେ ଶେଷ କରାଯିବ । ଦ୍ବିତୀୟ ପର୍ଯ୍ୟାୟରେ ନୂଆ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ ।
ଯେଉଁ ଆରଟିଓରେ ପୁରୁଣା ଆବେଦନ ଶେଷ ହେବ କେବଳ ସେହି ଆରଟିଓଗୁଡ଼ିକରେ ପ୍ରାଥମିକତା ଭିତ୍ତିରେ ନୂଆ ଏଲଏଲ ଆବେଦନ ପାଇଁ ଅନୁମତି ମିଳିବ ବୋଲି ପରିବହନ କମିସନର ସ˚ଜୀବ ପଣ୍ତା ସୂଚନା ଦେଇଛନ୍ତି। ରାଜ୍ୟରେ କରୋନା ସ˚କ୍ରମଣ ଆରମ୍ଭ ହେବାରୁ ମାର୍ଚ୍ଚ ୨୫ ତାରିଖରେ ଲର୍ଣ୍ଣର ଲାଇସେନ୍ସ ସେବା ଆରଟିଓରେ ବନ୍ଦ କରିଦିଆଯାଇଥିଲା । ମାର୍ଚ୍ଚ ୧୮ ତାରିଖରୁ ସ୍ଲଟ୍ ବୁକି˚ କାର୍ଯ୍ୟକ୍ରମ ବାତିଲ୍ ହୋଇଥିଲା । ଯେଉଁମାନେ ଏଥିପାଇଁ ଦେୟ ଜମା କରିସାରିଥିଲେ, ସେମାନଙ୍କ ଦେୟ ବର୍ତ୍ତମାନ ସୁଦ୍ଧା ବୈଧ ରହିଛି । ରାଜ୍ୟରେ ଆରମ୍ଭ ହୋଇଥିବା ଏଲଏଲ ପରୀକ୍ଷା ପାଇଁ ଗଲା ୧୨ ତାରିଖରୁ ଏଥିପାଇଁ ସ୍ଲଟ୍ ବୁକି˚ ଆରମ୍ଭ ହୋଇଛି । ସକାଳ ୭ଟାରୁ ରାତି ୧୦ଟା ଯାଏ ଯଦିଓ ସ୍ଲଟ ଖୋଲା ରହୁଛି ।
ନିଜ ପସନ୍ଦ ମୁତାବକ ସ୍ଲଟ ପାଇଁ ସକାଳୁ ଆବେଦନ କରିବାକୁ ପରିବହନ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି । ଏହି ଏଲଏଲ ପରୀକ୍ଷାରେ ଗାଡ଼ି ଚାଳକଙ୍କ ପାଇଁ ସର୍ବାଧିକ ୧୫ ମିନିଟ୍ ସମୟ ଧାର୍ଯ୍ୟ କରାଯାଇଥିଲା । ୨୦ଟି ପ୍ରଶ୍ନରେ ପ୍ରତ୍ୟେକ ପ୍ରଶ୍ନ ପାଇଁ ଚାରିଟି ମଲଟିପୁଲ ଚଏସ ଅପସନ୍ ଦିଆଯାଉଛି । ମାଉସ୍ କ୍ଲିକରେ ଠିକ୍ ଉତ୍ତର ସିଲେକ୍ଟ କରିବାକୁ ପଡ଼ିବ । କିନ୍ତୁ ଆଜି ଅଧିକା˚ଶ ଆରଟିଓରେ ଆବେଦନକାରୀମାନେ କୃତକାର୍ଯ୍ୟ ହୋଇପାରି ନ ଥିଲେ । କମ୍ପ୍ୟୁଟରର ବ୍ୟବହାର ଶିଖି ନ ଥିବାରୁ ଏଭଳି ସମସ୍ୟା ଦେଖା ଦେଇଥିଲା । ଯେଉଁମାନେ ପରୀକ୍ଷାରେ ପାସ୍ କରିଛନ୍ତି, ସେମାନଙ୍କ ପଞ୍ଜିକୃତ ମୋବାଇଲ୍ ନମ୍ବରକୁ ଏଲଏଲ ଡାଉନଲୋଡ୍ ସ˚କ୍ରାନ୍ତରେ ଏସଏମଏସ କରି ଦିଆଯାଇଛି ।