ବ୍ରହ୍ମପୁରରେ ଏଟିଏମ ସାମ୍ନାରୁ ଟଙ୍କା ଭର୍ତ୍ତି ଗାଡ଼ି ଲୁଟ ଘଟଣା : ଅପହରଣରୁ ମୁକ୍ତ ହୋଇଥିବା ଡ୍ରାଇଭର କହିଲେ, କେମିତି ହୋଇଥିଲା ୨୪ଲକ୍ଷ ଟଙ୍କାର ଚୋରି ?

271

କନକ ବ୍ୟୁରୋ : ଡ୍ରାଇଭର କହିଲେ ବ୍ରହ୍ମପୁରରେ କେମିତି ହୋଇଥିଲା ଟଙ୍କା ଭର୍ତ୍ତି ଭ୍ୟାନରୁ ୨୪ ଟଙ୍କା ଲୁଟ୍ । କନକ ନ୍ୟୁଜକୁ ସଂପୃକ୍ତ ଡ୍ରାଇଭର କହିଛନ୍ତି , ଗତକାଲି ଦିନ ୧୨ଟା ବେଳେ ଆସ୍କା ରୋଡରେ ଥିବା ଏକ ଘରୋଇ ବ୍ୟାଙ୍କ ଏଟିଏମକୁ ଭ୍ୟାନ ନେଇ ଯାଇଥିଲେ । ଏହି ସମୟରେ ଦୁଇଜଣ ବନ୍ଧୁକଧାରୀ ହଠାତ ଭ୍ୟାନ ଭିତରକୁ ପଶିଥିଲେ । ଆଉ କିଛି ବାଟ ଯିବା ପରେ ଡ୍ରାଇଭରକୁ ହଟାଇ ନିଜେ ଗାଡି ଚଳାଇ ଆନ୍ଧ୍ର ସୀମାନ୍ତ ଗିରିସୋଲା ଗେଟ୍ ଯାଏଁ ଯାଇଥିଲେ ।

ଜିପିଏସ୍ ଟ୍ରାକିଂ ପରେ ସଂପୃକ୍ତ ଭ୍ୟାନ ଗିରିସୋଲା ଗେଟ୍ ନିକଟରେ ଅଟକିଯାଇଥିଲା । ଏହା ପରେ ଟଙ୍କା ଧରି ଡ୍ରାଇଭରଙ୍କୁ ସେଠାରେ ଛାଡିଦେଇ ଅନ୍ୟ ଏକ ଗାଡିରେ ଫେରାର ହୋଇଯାଇଛନ୍ତି ଅପହରଣକାରୀ । ତେବେ ପୋଲିସ ଘଟଣା ନେଇ କୌଣସି ବି କ୍ଲୁ ପାଇନାହିଁ । ଭ୍ୟାନ ଭିତରେ ସିସିଟିଭି ଲାଗିଥିବାରୁ ଏହା ପ୍ରମାଣ ଯୋଗାଡରେ ମୁଖ୍ୟ ଭୂମିକା ଗ୍ରହଣ କରିପାରେ ବୋଲି ଆଶା କରାଯାଉଛି । ଗତକାଲି ବ୍ରହ୍ମପୁର ସହର ବଡ଼ବଜାର ଥାନା ଅଂଚଳରେ ଏହି ଘଟଣା ଘଟିଥିଲା । ଗାଡିକୁ ଅପହରଣ ପରେ ଗାଡିରୁ ୨୪ ଲକ୍ଷ ଗାଏବ କରିଦେଇଥିଲେ ।