ଭାଙ୍ଗିଗଲା ସୁଖର ସଂସାର ଗଢିବା ସ୍ୱପ୍ନ । ଶାଶୁଘର ଲୋକଙ୍କ ନିର୍ଯାତନା ଉଜାଡିଦେଲା ଜୀବନ । ଯନ୍ତ୍ରଣାରେ ରଶ୍ମୀତା ।

477

କନକ ବ୍ୟୁରୋ:ସବୁ ଝିଅଙ୍କ ଭଳି ବିବାହ କରି ସ୍ୱାମୀ ଓ ପରିବାର ସହ ସୁଖର ସଂସାର ଗଢ଼ିବେ ବୋଲି ସ୍ୱପ୍ନ ଦେଖିଥିଲେ ଗୁଣୁପୁର ଜଗନ୍ନାଥ ନଗରର ଉଚ୍ଚ ଶିକ୍ଷିତ ଝିଅ ରଶ୍ମୀତା । କିନ୍ତୁ ସେହି ବିବାହ ଯେ ତାଙ୍କ ଜୀବନର ମୋଡକୁ ସମ୍ପୂର୍ଣ୍ଣ ବଦଳାଇ ଦେବ, ମରଣ ମୁହଁକୁ ଠେଲିଦେବ, ପ୍ରତି ଦିନ ମରି ମରି ବଂଚିବାକୁ ବାଧ୍ୟ କରିବ ତାହା ହୁଏତ ସେ ଭାବିନଥିଲେ । ହେଲେ ଶାଶୁଘର ଲୋକଙ୍କ ନିର୍ଯାତନାର ଶିକାର ହେବା ପରେ, ବଂଚିବାକୁ ସଂଘର୍ଷ କରୁଥିବା ରସ୍ମିତା, ଆମ୍ବୁଲାନ୍ସରେ କୋର୍ଟକୁ ଯାଇ ଜଜଙ୍କ ସାମନାରେ କହିଛନ୍ତି ସେଦିନର ଲୋମଟାଙ୍କୁରା କାହାଣୀ । ୨୦୨୨ ମସିହାର ରାୟଗଡାର ବହୁଚର୍ଚ୍ଚିତ ବଧୁହତ୍ୟା ଉଦ୍ୟମ ମାମଲାରେ ପୀଡିତା ରଶ୍ମିତା ପାଣିଗ୍ରାହୀ କୋର୍ଟରେ ପହଁଚି ବିଚାରପତିଙ୍କ ସମ୍ମୁଖରେ ନିଜର ବୟାନ ରଖିଛନ୍ତି । ଦୁଇ ପକ୍ଷରୁ ଓକିଲଙ୍କ ଉପସ୍ଥିତିରେ କହିଛନ୍ତି, ଶାଶୁଘରେ ସ୍ୱାମୀ କିରୋସିନ୍ ଢ଼ାଳି ଦେଇଥିବାବେଳେ, ଦେଢ଼ଶୁର ନିଆଁ ଲଗାଇ ତାଙ୍କୁ ମାରିଦେବାକୁ ଉଦ୍ୟମ କରିଥିଲେ ।