କନକ ବ୍ୟୁରୋ: ପଞ୍ଜାବ କଂଗ୍ରେସର ରାଜନୈତିକ ହଲଚଲ ଏବେ ବି ଜାରି ରହିଛି । ଏହି ହଲଚଲର ମୂଖ୍ୟ ନାୟକ ସାଜିଛନ୍ତି ସିଦ୍ଧୁ । ପଞ୍ଜାବ କଂଗ୍ରେସ ଅଧ୍ୟକ୍ଷ ଭାବେ ନିଜ ପଦକୁ ଫେରିଥିବା ନେଇ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ନବଜୋତ ସିଂହ ସିଦ୍ଧୁ । ଏହାସହ ଆସନ୍ତା ବର୍ଷ ପଞ୍ଜାବ ବିଧାନସଭା ନିର୍ବାଚନରେ କଂଗ୍ରେସ ବହୁମତରେ ବିଜୟ କରିବ ବୋଲି ଦାବି କରିଛନ୍ତି ସିଦ୍ଧୁ ।
ପଞ୍ଜାବ କଂଗ୍ରେସ ଅଧ୍ୟକ୍ଷ ଭାବେ ପଦକୁ ଫେରିଛନ୍ତି ନବଜୋତ ସିଂହ ସିଦ୍ଧୁ । ସାମ୍ବାଦିକ ସମ୍ମିଳନୀ କରି, ଇସ୍ତଫା ଫେରାଇନେବା ନେଇ ସୂଚନା ଦେଇଛନ୍ତି ସିଦ୍ଧୁ । ଶୁକ୍ରବାର ସାମ୍ବାଦିକ ସମ୍ମିଳନୀ କରି ସିଦ୍ଧୁ କହିଛନ୍ତି ଯେ, ସେ ନିଜ ଦାୟିତ୍ୱକୁ ଫେରିଛନ୍ତି । ସେପ୍ଟେମ୍ବର ୨୮ ରେ ସିଦ୍ଧୁ ନିଜ ପଦରୁ ଇସ୍ତଫା ଦେଇଥିଲେ । ଆଉ କଂଗ୍ରେସ ହାଇକମାଣ୍ଡ ସିଦ୍ଧୁଙ୍କ ଏହି ନିଷ୍ପତିରେ ମୋହର ମାରିନଥିଲେ । ତେବେ ସେ ଏବେ ତାଙ୍କ ଡ୍ୟୁଟିକୁ ଫେରିଥିବା ନେଇ ନିଜେ ସ୍ପଷ୍ଟ କରିଛନ୍ତି ।
ସାମ୍ବାଦିକ ସମ୍ମିଳନୀରେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ତାଙ୍କ ବିରୋଧୀ କ୍ୟାପଟେନ ଅମରିନ୍ଦର ସିଂହଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି । ସିଦ୍ଧୁ କହିଛନ୍ତି ଯେ, ଆସନ୍ତା ବର୍ଷ ପଞ୍ଜାବ ବିଧାନସଭା ନିର୍ବାଚନରେ କଂଗ୍ରେସ ୧୧୭ଟି ଆସନରୁ ୧୦୦ରୁ ଅଧିକ ଆସନ ହାତେଇବ ବୋଲି ଦାବି କରିଛନ୍ତି । ସୂଚନାଯୋଗ୍ୟ ଯେ, ପଞ୍ଜାବ ରାଜନୀତିରେ ଘଡିକେ ଘୋଡା ଛୁଟୁଥିବାବେଳେ ଆଗାମୀ ଦିନରେ କଣ ସବୁ ନୂଆ ନାଟକ ଦେଖିବାକୁ ମିଳିବ ତାହା ସମୟ କହିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2021/11/25-5.jpg)