କନକ ବ୍ୟୁରୋ: ଦେଶରେ କମୁଛି କରୋନା ସଂକ୍ରମଣର ବେଗ । ଏନେଇ ସୂଚନା ଦେଲେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ଲବ ଅଗ୍ରୱାଲ । ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସୂଚନା ଅନୁସାରେ ଦେଶରେ କରୋନା ସଂକ୍ରମଣର ବେଗ କମିଛି । କରୋନା ଗ୍ରୋଥ ଫ୍ୟାକ୍ଟର ୪୦ ପ୍ରତିଶତ ହ୍ରାସ ପାଇଛି । ଗତ ୨୪ ଘଂଟାରେ ୧୦୦୭ଟି ନୂଆ କେସ୍ ସାମ୍ନାକୁ ଆସିଛି । ଦେଶରେ କରୋନାର ୮୦ ପ୍ରତିଶତ ରୋଗୀ ସୁସ୍ଥ ଅଛନ୍ତି ।
ତେବେ ବର୍ତମାନ ସୁଦ୍ଧା ୧୭୪୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସେପଟେ ଲକଡାଉନ୍ ଲଘୁ ଉତ୍ପାଦ ସଂଗ୍ରହ ଉପରେ କଟକଣା କୋହଳ କରାଯିବ । କେତେକ କ୍ଷେତ୍ରରେ କାର୍ଯ୍ୟ ପାଇଁ କଟକଣା କୋହଳ ହେବ ବୋଲି ସୂଚନା ଦିଆଯାଇଛି । ସେପଟେ ଫସଲ ଅମଳ ଉପରେ କଟକଣା ନଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି । ଆବଶ୍ୟକ ସାମଗ୍ରୀ ଯୋଗାଇଦେବା ବ୍ୟବସ୍ଥା ନିୟନ୍ତ୍ରଣରେ ଅଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/04/8-8.jpg)