ଶୀତକାଳ ପାଇଁ ବନ୍ଦ ହେଲା କେଦାରନାଥ ମନ୍ଦିର କବାଟ । ପ୍ରବଳ ତୁଷାରପାତରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା, ଧଳା ଚାଦରରେ ଆସ୍ତରଣରେ ଘୋଡ଼େଇ ରହିଛି ମହାଦେବଙ୍କ ମନ୍ଦିର

252

କନକ ବ୍ୟୁରୋ : ଶୀତକାଳ ପାଇଁ ବନ୍ଦ ହେଲା ଉତ୍ତରାଖଣ୍ଡର ଚାରିଧାମରୁ ଅନ୍ୟତମ ଧାମ କେଦାରନାଥ । ପ୍ରବଳ ତୁଷାରପାତ ମଧ୍ୟରେ ଆଜି କେଦାରନାଥ କବାଟ ବନ୍ଦ କରାଯାଇଛି । ପୋଲିସ ପ୍ରଶାସନ ଓ ଦେବସ୍ଥାନମ ବୋର୍ଡ ସଦସ୍ୟଙ୍କ ଉପସ୍ଥିତିରେ ମନ୍ଦିର କବାଟ ବନ୍ଦ କରାଯାଇଛି । ଏହି ଅବସରରେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରୀବେନ୍ଦ୍ର ସିଂ ରାୱତ ଓ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମନ୍ଦିରରେ ପହଂଚିଥିଲେ ।

ଆଜି କେଦାରନାଥରେ ପ୍ରବଳ ତୁଷାରପାତ ହୋଇଛି । ଏତେ ମାତ୍ରାରେ ବରଫପାତ ହୋଇଛି ଯେ ମନ୍ଦିର ଉପରେ ଏକ ଧଳା ଚାଦରରେ ଆସ୍ତରଣ ପଡି ଯାଇଛି । ମନ୍ଦିର ଆଖପାଖରେ ଥିବା ଘର ଦ୍ୱାର, ରାସ୍ତାଘାଟ, ଗଛ ଯୁଆଡେ ଚାହିଁବ କେବଳ ବରଫ ହିଁ ବରଫ ଦେଖାଯାଉଛି । ବରଫପାତ ହେବା ପରେ ଏହି ଅଂଚଳର ତାପମାତ୍ରା ବହୁ ମାତ୍ରାରେ ହ୍ରାସ ପାଇଛି । ଅନ୍ୟପଟେ ପର୍ଯ୍ୟଟକମାନେ ବରଫ ପାତର ମଜା ଉଠାଉଥିବା ଦେଖିବାକୁ ମିଳିଛି ।