ଆସନ୍ତାକାଲି ରିଲିଜ ହେବ ପ୍ରମାଣିକ ଚଳଚ୍ଚିତ୍ର ପାଇକ ବିଦ୍ରୋହ : ୟୁଟ୍ୟୁବରେ ପଲ୍ଲବି ଚ୍ୟାନେଲରେ ଫିଲ୍ମ ଦେଖିପାରିବେ ଦର୍ଶକ; ମୁଖ୍ୟ ଚରିତ୍ରରେ ମନୋଜ ମିଶ୍ର ଓ ସମରେଶ ରାଉତରାୟଙ୍କ ଦମଦାର ଅଭିନୟ 

ଆସନ୍ତାକାଲି ରିଲିଜ ହେବ ପ୍ରମାଣିକ ଚଳଚ୍ଚିତ୍ର ପାଇକ ବିଦ୍ରୋହ : ୟୁଟ୍ୟୁବରେ ପଲ୍ଲବି ଚ୍ୟାନେଲରେ ଫିଲ୍ମ ଦେଖିପାରିବେ ଦର୍ଶକ; ମୁଖ୍ୟ ଚରିତ୍ରରେ ମନୋଜ ମିଶ୍ର ଓ ସମରେଶ ରାଉତରାୟଙ୍କ ଦମଦାର ଅଭିନୟ 

କନକ ବ୍ୟୁରୋ : ଆସନ୍ତା ୧୪ ତାରିଖରେ ଡିଜିଟାଲ ପ୍ଲାଟଫର୍ମରେ ରିଲିଜ ହେବ ଓଡିଆ ପ୍ରାମାଣିକ ଚଳଚିତ୍ର ପାଇକ ବିଦ୍ରୋହ । ଅକ୍ଷୟ ପରିଜା ପ୍ରଡକ୍ସନ ଦ୍ୱାରା ପ୍ରସ୍ତୁତ ଏହି ଫିଲ୍ମ ଆସନ୍ତାକାଲି ୟୁଟ୍ୟୁବ ଚ୍ୟାନାଲ ପଲ୍ଲବିରେ ରିଲିଜ ହେବ । ଫିଲ୍ମରେ ମୁଖ୍ୟ ଭୂମିକାରେ ମନୋଜ ମିଶ୍ର ଓ ସମରେଶ ରାଉତରାୟ ଅଭିନୟ କରିଛନ୍ତି । ଭାରତର ପ୍ରଥମ ସ୍ୱାଧିନତା ସଂଗ୍ରାମ ପାଇକ ବିଦ୍ରୋହ । ବ୍ରିଟିଶ ସରକାର ବିରୋଧରେ ୧୮୧୭ ମସିହାରେ ଓଡିଶାରୁ ପ୍ରଥମ ସଶସ୍ତ୍ର ସଂଗ୍ରାମ ଆରମ୍ଭ ହୋଇଥିଲା । ଏହାର ନେତୃତ୍ୱ ନେଇଥିଲେ ବକ୍ସି ଜଗବନ୍ଧୁ ଓ ଜୟୀରାଜଗୁରୁ । ଏଥିପାଇଁ ୧୮୦୬ ମସିହାରେ ଜୟୀ ରାଜଗୁରୁଙ୍କୁ ମେଦିନିପୁର ଠାରେ ମୃତ୍ୟୁଦଣ୍ଡ ଦେଇଥିଲେ ଇଂରେଜ ସରକାର ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe