କନକ ବ୍ୟୁରୋ : ଚର୍ଚ୍ଚାରେ କେନ୍ଦ୍ରପଡାର ଡାକ୍ତର ପୁଲିସ କଳି । ଦିନକୁ ଦିନ ବିବାଦ ବଢୁଥିବା ବେଳେ ପୁଲିସକୁ ଅସହଯୋଗ କରିଛନ୍ତି ଡାକ୍ତର । ପୁଲିସ ଗିରଫ କରୁଥିବା ଅଭିଯୁକ୍ତମାନଙ୍କର ଇଞ୍ଜୁରୀ ରିପୋର୍ଟ ଦେବାକୁ ମନା କରିଦେଇଛନ୍ତି ଡାକ୍ତର । ଫଳରେ ଜିଲ୍ଲାର ବିଭିନ୍ନ ଥାନାର ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇପାରୁନାହିଁ । ନିୟମ ମୁତାବକ ଅଭିଯୁକ୍ତଙ୍କର ଡାକ୍ତରୀମାଇନା ପରେ କୋର୍ଟ ଚାଲାଣ କରାଯାଇଥାଏ । ଡାକ୍ତରମାନେ ଇଞ୍ଜୁରୀ ରିପୋର୍ଟ ନଦେବାରୁ ପୁଲିସ ଏବେ ଅକଳରେ ପଡିଯାଇଛି । କିନ୍ତୁ ଡାକ୍ତରମାନେ କଳା ବ୍ୟାଚ ପିନ୍ଧି ଅନ୍ୟ ରୋଗୀ ଦେଖିଥିବା ନଜର ଆସିଛି ।

Advertisment

ସୂଚନା ମୁତବାକ, କିଛି ଦିନ ତଳେ ଦୁର୍ବୁତମାନେ କେନ୍ଦ୍ରାପଡା ରାଜନଗର ମେଡିକାଲରେ ପଶି ସ୍ୱାସ୍ଥ୍ୟ କର୍ମୀ ଓ ଡାକ୍ତରଙ୍କୁ ଦୁବ୍ୟବହାର କରିଥିଲେ । ଏନେଇ ଡାକ୍ତରମାନେ ଥାନାରେ ଅଭିଯୋଗ କରିଥିଲେ । କିନ୍ତୁ ଘଟଣାକୁ ୧୬ ଦିନ ବିତିଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଅଭିଯୁକ୍ତମାନଙ୍କୁ ପୁଲିସ ଗିରଫ କରିନାହିଁ । ଏଭଳି ସ୍ଥିତିରେ ଦୁର୍ବୁତମାନେ ପୁଣି ଆସି ଡାକ୍ତରମାନଙ୍କୁ ଧମକ ଦେଇଥିବା ଅଭିଯୋଗ ହୋଇଛି । ପୁଲିସ ଜାଣିଶୁଣି କୌଣସି କାର୍ଯ୍ୟାନୁଷ୍ଠାନ ନେଉନଥବା ଅଭିଯୋଗରେ ମେଡିକାଲ ଆସୋସିଏସନ ପକ୍ଷରୁ କେନ୍ଦ୍ରାପଡା ଜିଲ୍ଲାରେ ପୁଲିସକୁ ଅସହଯୋଗ କରିବାକୁ ନିଷ୍ପତି ନିଆଯାଇଛି । ଯଦି ପୁଲିସ ଅଭିଯୁକ୍ତମାନଙ୍କୁ ଗିରଫ ନକରେ ତେବେ ରାଜ୍ୟବ୍ୟାପି ଆନ୍ଦୋଳନ କରିବାକୁ ଚେତାବନି ଦେଇଛି ସଂଘ ।