କନକ ବ୍ୟୁରୋ : ଏସ୍‌ସିବି ମେଡିକାଲ କଲେଜ ପରିସରରେ ଦୁଇ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ ଘଟଣାରେ ଡାକ୍ତର ଦିଲବର ସିଂହ ଠାକୁର ଗିରଫ । ମଙ୍ଗଳାବାଗ ଥାନା ପୋଲିସ ଗିରଫ କରି ତାଙ୍କୁ କୋର୍ଟ ଚାଲାଣ କରିଛି । ସେପଟେ ଦୁଇ ପୀଡ଼ିତା ମହିଳା ଏବେ ବଡ଼ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଘଟଣାର ତଦନ୍ତ ପାଇଁ ୩ ଜଣିଆ କମିଟି ଗଠନ କରିଛି ସ୍ୱାସ୍ଥ୍ୟ ବିଭାଗ । ଡିଏମଇଟି ସନ୍ତୋଷ ମିଶ୍ର ଅଧ୍ୟକ୍ଷତାରେ ଏହି କମିଟିରେ ଯୁଗ୍ମ ଡିଏମଇଟି ରୋମା ରତନ ଓ ଏସସିବି ଅଧୀକ୍ଷକ ସୁଧାଂସୁ ମିଶ୍ର ରହିଛନ୍ତି ।

Advertisment

କଟକ ବଡ଼ଡାକ୍ତରଖାନା ହୃଦ୍‌ରୋଗ ବିଭାଗକୁ ଗତ ରବିବାର ଜଣେ ପିଜି ଦ୍ବିତୀୟ ବର୍ଷ ଡାକ୍ତରୀ ଛାତ୍ର ତାଙ୍କ ମା’ ଓ ମାଇଁଙ୍କୁ ଚିକିତ୍ସା ପାଇଁ ଆଣିଥିଲେ । ଉଭୟ ହୃଦ୍‌ରୋଗରେ ଆକ୍ରାନ୍ତ ହୋଇଥିଲେ । ସେଦିନ ଛୁଟି ଥିବାରୁ ବିଭାଗ ଏକପ୍ରକାର ଖାଲିଥିଲା । ଡାକ୍ତର ଦିଲବର ସିଂହ ଠାକୁର ସେମାନଙ୍କୁ ‌ଇକୋ ରୁମ୍‌କୁ ନେଇ ଯାଇଥିଲେ । ଅନ୍ୟ କୌଣସି କର୍ମଚାରୀ ସେଠାରେ ନଥିବା ବେଳେ ଦିଲବର ସେମାନଙ୍କର ପରୀକ୍ଷା ଆଳରେ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଦିଲବରର ଏଭଳି କାର୍ଯ୍ୟକଳାପ ସଂପର୍କରେ ଜଣାପଡ଼ିବା ପରେ ତାଙ୍କୁ ପୁରୁଣା ଜେଣ୍ଟସ୍ ପିଜି ହଷ୍ଟେଲକୁ ଟେକି ନେଇ କେତେକ ଯୁବକ ନିସ୍ତୁକ ମାଡ଼ ମାରିଥିଲେ । ସେଠାରୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଟ୍ରମା ଆଇସିୟୁରେ ଭର୍ତ୍ତି କରାଯାଇଥିଲା ।