କନକ ବ୍ୟୁରୋ : କେନ୍ଦଝର ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ତିଆ ନିକଟସ୍ଥ ହୋଟେଲ ପ୍ରିନ୍ସ ୩୦୬ନଂ ରୁମ ଭିତ଼ରେ ଜଣେ କୋଭିଡ଼ ଡାକ୍ତରଙ୍କ ମୃତ ଦେହ ପୁଲିସ ଜବତ କରିଛି । ମୃତକ ଡାକ୍ତର ଜଣଙ୍କ ହେଲେ ଜାମଦା ଗ୍ରାମର ଆଶା ଚରଣ ମାଝି(୫୫)। ଶ୍ରୀ ମାଝି ରାଙ୍କି ସ୍ଥିତ କୋଭିଡ଼ ଡ଼ାକ୍ତରଖାନାରେ କାର୍ୟ୍ୟରତ ଥିଲେ। ଆଜି ସେ ହୋଟେଲ ଭିତରେ କବାଟ ଖୋଲି ଶୋଇଥିଲେ। ତାଙ୍କୁ କର୍ମଚାରୀମାନେ ଉଠିବାକୁ ବହୁଥର କହିଥିଲେ ମଧ୍ୟ ଶୁଣି ନଥିଲେ।
ହୋଟେଲ ମାଲିକ ଟାଉନ ଲିସକୁ ଖବର ଦେବାରୁ ପୁଲିସ ଆସି ତଦନ୍ତ କରିଥିଲା। ସେତେବେଳକୁ ଶ୍ରୀ ମାଝିଙ୍କ ମୃତ୍ୟୁ ଘଟି ସାରିଥିଲା। ଏନେଇ ପୁଲିସ ଏକ କେସନଂ(୧୩୫/୨୦)ଅପମୃତ୍ୟୁ ମାମଲା ରୁଜୁ କରି ଶବକୁ ବ୍ୟବଚ୍ଛେଦ ପାଇଁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲା। ପରେ ତାଙ୍କ ମୃତ ଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ତାଙ୍କ ମୃତ୍ୟୁ ସମ୍ପର୍କରେ ସତ୍ୟସତ୍ୟ ଜଣାପଡିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/12/27-7.jpg)