କନକ ବ୍ୟୁରୋ : କନକ ନ୍ୟୁଜର ବଡ ପ୍ରଭାବ । ଟୋକନ ସ୍କାମ୍ ଘଟଣାରେ ତଦନ୍ତ ନିର୍ଦ୍ଦେଶ ଦେଲେ ଜିଲ୍ଲପାଳ । ସୁନ୍ଦରଗଡ ଜିଲ୍ଲାର ବିଭିନ୍ନ ମଣ୍ଡି ସହିତ ମହୁଲପାଲି ଲ୍ୟାମ୍ପସରେ ଟୋକନ ସ୍କ୍ୟାମ୍ ନେଇ କନକ ନ୍ୟୁଜ୍ରେ ଖବର ପ୍ରସାରଣ ପରେ ଆଜି ଖୋଦ୍ ଜିଲ୍ଲପାଳ ମହୁଲପାଲି ମଣ୍ଡିକୁ ଯାଇ ସ୍ଥିତିର ସମୀକ୍ଷା କରିଛନ୍ତି ।
ଏକ ସ୍ୱତନ୍ତ୍ର ଟିମ୍ କରି ଘଟଣାର ତଦନ୍ତ ନିର୍ଦେଶ ଦେଇଛନ୍ତି । ଏହି ଟିମ୍ରେ ଜିଲ୍ଲା ଯୋଗାଣ ଅଧିକାରୀ, ସମବାୟ ଅଧିକାରୀ ଓ ବିଭିନ୍ନ ବ୍ଲକର ତହସିଲଦାର ମାନେ ରହିଛନ୍ତି । ଏହି ଟିମକୁ ଅତିଶୀଘ୍ର ତଦନ୍ତ କରି ରିପୋର୍ଟ ଦେବା ପାଇଁ ଜିଲ୍ଲପାଳ ନିର୍ଦ୍ଦେଶ ଦେଇଛନ୍ତି । ଅନ୍ୟପଟେ ଗତକାଲି କନକ ନ୍ୟିୁଜ୍ ଟୋକନ ସ୍କ୍ୟାମ୍ ଦୁର୍ନୀତି ର ବିତର୍କରେ ଯୋଗ ଦେଇଥିବା ବିଜେଡି ନେତା ତଥା ସୁନ୍ଦରଗଡର ପୂର୍ବତନ ବିଧାୟକ ଯୋଗେଶ ସିଂ ଏହି ସ୍କ୍ୟାମ୍ରେ ବିଧାୟିକାଙ୍କ ସ୍ୱାମୀ ସଂଶ୍ଳିଷ୍ଟ ବୋଲି ଅଭିଯୋଗ ଆଣିଥିଲେ ।
ଏହି ଘଟଣା ନେଇ ବିଧାୟିକା କୁସୁମ ଟେଟେ ମୁହଁ ଖୋଲିଛନ୍ତି । ସରକାର ନିଜେ ଦଲାଲ ରଖି ଏହି କାମ କରୁଛନ୍ତି ବୋଲି ବିଧାୟିକା କହୁଥିବା ବେଳେ ସୁନ୍ଦରଗଡ ଜିଲ୍ଲା କଂଗ୍ରେସ ସଭାପତି ବେଣୁ ମାଧବ ତ୍ରିପାଠୀ ସିଧାସଳଖ ୫-ଟିକୁ ପ୍ରଶ୍ନ କରିଛନ୍ତି ।