‘ଯଦି କାମ କରିପାରୁନ, ଚାକିରି ଛାଡି ଦିଅ’ । ଜନ ଶୁଣାଣିରେ ଅଧିକାରୀଙ୍କ ଉପରେ ବିଗିଡ଼ିଲେ ଜିଲ୍ଲାପାଳ ।

5,595

କନକ ବ୍ୟୁରୋ: ଜନ ଶୁଣାଣିରେ ଅଧିକାରୀଙ୍କ ଉପରେ ବିଗିଡ଼ିଲେ ଜିଲ୍ଲାପାଳ । ଯଦି କାମ କରିପାରୁନ, ଚାକିରି ଛାଡି ଦିଅ ବୋଲି ସଫାସଫା ଶୁଣାଇ ଦେଇଛନ୍ତି କୋରାପୁଟ ଜିଲ୍ଲାପାଳ । ଜିଲ୍ଲାପାଳ ପଚାରୁଥିବା ପ୍ରଶ୍ନର ସନ୍ତୋଷଜନକ ଉତ୍ତର ଦେଇନପାରିବାରୁ ଅଧିକାରୀଙ୍କ ଉପରେ ବର୍ଷିଛନ୍ତି । କୋରାପୁଟ ଜିଲ୍ଲା ପଟାଙ୍ଗିରେ ଜନଶୁଣାଣି ଚାଲିଥିଲା । ଠିକ୍ ସେତବେଳେ ସୁଙ୍କି ପଞ୍ଚାୟତର ୱେଲ-ମାଉଡ଼ି ଗାଁର ଲୋକମାନେ ଜିଲ୍ଳାପାଳଙ୍କ ଆଗରେ ନିଜର ଅଭିଯୋଗ କରିଥିଲେ । ୬୦ ଲକ୍ଷ ଟଙ୍କା ବ୍ୟୟରେ ସ୍ଥାନୀୟ ଅଞ୍ଚଳରେ ଏକ ପୋଲ ନିର୍ମାଣ ହୋଇଥିଲା । ୨ ବର୍ଷ ତଳେ ସମାନ୍ୟ ବର୍ଷାରେ ଏହା ଭୁଷୁଡ଼ି ପଡ଼ିଥିଲା । ହେଲେ ବାରମ୍ବାର ଦାବି ସତ୍ୱେ ଏହି ପୋଲ ମରାମତି କାମ ହୋଇପାରୁନଥିଲା । ତେଣୁ ଜନଶୁଣାଣୀକୁ ନିଜ ସମସ୍ୟା ଜଣାଇବା ପାଇଁ ଆସିଥିଲେ ଗ୍ରାମବାସୀ । ଅଭିଯୋଗ ଶୁଣିବା ପରେ ଗ୍ରାମ୍ୟ ଉନ୍ନୟନ ଅଧିକାରୀଙ୍କୁ କାହିଁକି କାମ ସରିପାରୁନି ବୋଲି ପ୍ରଶ୍ନ କରିଥିଲେ । ହେଲେ ଏହି ପ୍ରଶ୍ନର ସଠିକ୍ ଉତ୍ତର ଦେଇପାରିନଥିଲେ ଆର୍ଡି ଅଧିକାରୀ । ଯେଉଁଥିପାଇଁ ଅଧିକାରୀଙ୍କ ଉପରେ ବର୍ଷିଥିଲେ ।