ପଦୋନ୍ନତି ବାତିଲ ହେବାରୁ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଘେରିଲେ ଶିକ୍ଷକ, ଶିକ୍ଷୟିତ୍ରୀ । ଭୁଲ ହୋଇଛି ତାହା ସଂଶୋଧିତ କରାଯିବ କହିଲେ ଜିଲ୍ଲା ଶିକ୍ଷାଧିକାରୀ ।

290

କନକ ବ୍ୟୁରୋ: ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଘେରିଲେ ଶିକ୍ଷକ, ଶିକ୍ଷୟିତ୍ରୀ । କନ୍ଧମାଳ ଜିଲ୍ଲା ଶିକ୍ଷାଧିକାରୀ ଜିଲ୍ଲାରେ ଗ୍ରେଡ ୩କୁ ପଦୋନ୍ନତି ପାଇଥିବା ୪୪୨ ଜଣ ଶିକ୍ଷକ ଓ ଶିକ୍ଷୟତ୍ରୀମାନଙ୍କ ମଧ୍ୟରୁ ୧୧୬ ଜଣ ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କୁ ବିଭିନ୍ନ କାରଣ ଦର୍ଶାଇ ପଦୋନ୍ନତି ବାତିଲ କରିଦେଇଛନ୍ତି । ୩୨୬ ଜଣ ଶିକ୍ଷକ ଓ ଶିକ୍ଷୟତ୍ରୀ ଗ୍ରେଡ ୩କୁ ପଦୋନ୍ନତି କରି କାଉଉନସେଲିଂ କରାଯାଉଥିବା ବେଳେ ବାତିଲ ହୋଇଥିବା ଶିକ୍ଷକ ଓ ଶିକ୍ଷୟତ୍ରୀମାନେ ଅସନ୍ତୋଷ ବ୍ୟକ୍ତ କରି ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ବାସଭବନକୁ ଯାଇ ଘେରାଉ କରିଛନ୍ତି । ଏହା ସହ ଶିକ୍ଷୟତ୍ରୀମାନେ ତାଙ୍କ ଗାଡିରେ ବସିବାକୁ ଦେଇନଥିଲେ । ଜିଲ୍ଲା ଶିକ୍ଷା ଅଧିକାରୀ ଚାଲି ଚାଲି ଯିବା ସମୟରେ ଶିକ୍ଷୟତ୍ରୀମାନେ ରାସ୍ତା ଉପରେ ଘେରାଉ କରି ବିକ୍ଷୋଭ ପ୍ରଦର୍ଶନ କରି ଆଜି ଚାଲିଥିବା କାଉନସେଲିଂକୁ ବାତିଲ କରିବା ପାଇଁ ଦାବି କରିଥିଲେ । ପୋଲିସର ହସ୍ତକ୍ଷେପ ପରେ ଜିଲ୍ଲାଶିକ୍ଷାଅଧିକାରୀ ଛାଡାଯଇଥିଲା । ଅନ୍ୟ ପକ୍ଷରେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ପଚାରିବା ପରେ ନିଜ ଭୁଲକୁ ସ୍ୱୀକାର କରିଥିଲେ ସେ । ଗୋଷ୍ଠୀ ଶିକ୍ଷା ଅଧିକାରୀମାନଙ୍କ ଭୁଲ ଯୋଗୁଁ ଏଭଳି ହୋଇଛି । ଏହାକୁ ସୁଧାରି କିଭଳି ଯେଉଁ ଶିକ୍ଷକ ଶିକ୍ଷୟତ୍ରୀଙ୍କ ଭୁଲ ହୋଇଛି ତାହା ନିଶ୍ଚିତ ଭାବେ ସଂଶୋଧିତ କରାଯିବ କହିଛନ୍ତି ଜିଲ୍ଲା ଶିକ୍ଷାଧିକାରୀ ।