ଭୁବନେଶ୍ୱର ଟ୍ରିପଲ୍ ଆଇଟିର ୫ ଛାତ୍ରଙ୍କ ଆବିଷ୍କାର : ଭେଣ୍ଟିଲେଟର୍‌ର ବିକଳ୍ପ- ବବଲ୍‌ ହେଲମେଟ୍‌ ‘ଶ୍ୱାସନର୍’

Advertisment
ଭୁବନେଶ୍ୱର ଟ୍ରିପଲ୍ ଆଇଟିର ୫ ଛାତ୍ରଙ୍କ ଆବିଷ୍କାର : ଭେଣ୍ଟିଲେଟର୍‌ର ବିକଳ୍ପ- ବବଲ୍‌ ହେଲମେଟ୍‌ ‘ଶ୍ୱାସନର୍’

କନକ ବ୍ୟୁରୋ : କରୋନା ମହାମାରୀର ମୁକାବିଲା ପାଇଁ ସାରା ବିଶ୍ୱରେ ବିଶେଷଜ୍ଞମାନେ ନିଜ ନିଜ ସ୍ତରରେ ଆପ୍ରାଣ ଉଦ୍ୟମ ଜାରି ରଖିଛନ୍ତି। ଆଉ ଏହି କ୍ରମ‌ରେ ସାମିଲ୍ ହୋଇଛନ୍ତ ଭୁବନେଶ୍ୱର ଟ୍ରିପଲ୍ ଆଇଟିର ୫ଜଣ ଛାତ୍ର। ଉକ୍ତ ଟିମ୍‌ରେ ଗଞ୍ଜାମ ଜିଲ୍ଲା ଭଞ୍ଜନଗରର ଅନନ୍ୟ ଅପ୍ରମେୟ ଅଛନ୍ତି। ଏହି ଛାତ୍ରମାନେ ୟୁନିଭର୍ସିଟି ଅଫ୍‌ ଚିକୋଗା ମେଡ଼ିସିନ୍‌ରୁ ଅନୁପ୍ରାଣିତ ହୋଇ ଗବେଷଣା ଜାରି ରଖିବା ସହ ବର୍ତ୍ତମାନ ପରିସ୍ଥିତିରେ ଶ୍ୱାସଜନିତରୋଗରେ ପୀଡ଼ିତଙ୍କ ପାଇଁ ଜରୁରୀକାଳୀନ ପରିସ୍ଥିତିରେ ଭେଣ୍ଟିଲେଟରର୍ ବିକଳ୍ପ ସ୍ୱରୁପ ଏକ ପୋ‌ର୍ଟେବଲ୍ ହେଲମେଟ୍ ତିଆରି କରିଛନ୍ତି। ଯାହାର ନାମ ରଖାଯାଇଛି ‘ବବଲ୍ ହେଲମେଟ୍-ଶ୍ୱାସ୍‌ନର୍’। ଏହି ହାଇପରବିକ୍ ଚାମ୍ବର ଦ୍ୱାରା ଶ୍ୱାଜନିତ ରୋଗ ଓ ସମସ୍ୟାରେ ପୀଡ଼ିତ ଜଣେ ରୋଗୀ ବହୁ ମାତ୍ରାରେ ଉପଶମ ପାଇପାରିବ ବୋଲି ସେମାନେ ଦାବି କରିଛନ୍ତି।

ଏହି ହେଲମେଟ୍ ସଂପୂର୍ଣ୍ଣ ଭାବେ ମେଡ଼ିକେଟେଡ୍ ପ୍ଲାଷ୍ଟିକରେ ପ୍ରସ୍ତୁତ ହୋଇଛି। ‌ଯେଉଁଥିରେ ଦୁଇଟି ରିଙ୍ଗ୍ ସହ ଦୁଇ ଛିଦ୍ରବିଶିଷ୍ଟ ବେସ୍ ତିଆରି ‌ହୋଇଛନ୍ତି। ବାହାରର ବାୟୁ ଭିତରକୁ ପଶିବା ଲାଗି ଫେବିରିକ୍ ଲଗାଯାଇଛି। ବେସ୍‌ର ଉପରିଭାଗରେ ସ୍ୱଚ୍ଛ ପ୍ଲାଷ୍ଟିକରେ ଏକ ଚାମ୍ବର୍ କରାଯାଇଛି। ଯେଉଁଥିରେ ଶୁଦ୍ଧ ବାୟୁ ରହିବ। ଏଥିରେ ବ୍ୟବହୃତ ପ୍ଲାଷ୍ଟିକ୍ ଭୁବନେଶ୍ୱରର ସିପେଟରୁ ସଂଗୃହୀତ ହୋଇଛି। ଲକ୍ଷାଧିକ ଖର୍ଚ୍ଚ ହେଉଥିବା ଭେଣ୍ଟିଲେଟର୍‌ ତୁଳନାରେ ସ୍ୱଳ୍ପ ଖର୍ଚ୍ଚରେ ଏହାକୁ ତିଆରି କରାଯାଇ ପାରିବ।

ଭଞ୍ଜନଗର ଗୌରାଙ୍ଗ ସେନାପତି ଓ ବିଷ୍ଣୁପ୍ରିୟା ସେନାପତିଙ୍କ ପୁଅ ଅନନ୍ୟଙ୍କ ସମେତ ଟିମରେ ତ୍ରିପଲ୍‌ ଆଇଟିର ତପସ୍ବିନ୍‌ ପାଢୀ,ସିଦ୍ଧାର୍ଥ ଶଙ୍କର ନାୟକ,ସାଇ ସମ୍ବିତ୍‌ ନାୟକ,ଦିବ୍ୟଜ୍ୟୋତି ଦାସ,ଶୋଭିତ୍‌ ମିତ୍ର,ଭିଠଲ୍‌ ଗୁପ୍ତା,ଆଇଟିଇଆର୍ର ଜିବିତେଶ୍‌ ଦେବ୍‌ତା ଓ ଦିଲ୍ଲୀ ଏନ୍‌ଏସ୍‌ଆଇଟିର ନନ୍ଦ କିଶୋର ଗୁପ୍ତାଙ୍କୁ ଏଥିପାଇଁ ୪ ମାସ ସମୟ ଲାଗିଥିଲା। ଏହାକୁ ଅନୁମୋଦନ ପାଇଁ କଟକ ଓ ମୁମ୍ବାଇର ହସପିଟାଲ୍‌କୁ ପଠାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe