ଫିଟୁଛି ପ୍ରଦୀପ-ଆକାଶଙ୍କ ଗୁମର : ଲକ୍ଷାଧିକ ଟଙ୍କା କାରବାର ନେଇ ଭିଜିଲାନ୍ସ ହାତରେ ଲାଗିଲା ଗୁରୁତ୍ୱପୂର୍ଣ୍ଣ ତଥ୍ୟ

ଆକାଶ ପାଠକଙ୍କୁ ଯାଇଛି ଅଧ କୋଟିରୁ ଅଧିକ ଟଙ୍କା ; ପ୍ରଶ୍ନ ଉଠୁଛି,ଟଙ୍କା କେଉଁଠୁ ଆସିଲା, ଏବଂ କୁଆଡେ ଗଲା

438

କନକ ବ୍ୟୁରୋ : ଆୟ ବର୍ହିଭୂତ ସମ୍ପତି ଠୁଳ ମାମଲାରେ କୋଟପତି ପାଠକ ବାପା-ପୁଅଙ୍କୁ ଘନ ଘନ ଜେରା ଚାଲିଛି । ସନ୍ଦେହ ଘେରକୁ ଆସିଛନ୍ତି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ । ଖୋଲତାଡ ବେଳେ ଭିଜିଲାନ୍ସ ପାଖରେ ଲାଗିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ । ତଦନ୍ତ ବେଳେ ଆକାଶ ଓ ପ୍ରଦୀପଙ୍କ ମଧ୍ୟରେ ଟଙ୍କା କାରବାର ନେଇ ଲାଗିଛି ପ୍ରମାଣ । ପ୍ରଦୀପ ପାଣିଗ୍ରୀଙ୍କ ବ୍ରହ୍ମପୁର କୋର୍ଟପେଟାରେ ଥିବା ଏକ ବ୍ୟାଙ୍କ ଆକାଂଉଟ ତଥ୍ୟ ଭିଜିଲାନ୍ସ ହାତରେ ଲାଗିଛି । ଏହି ଆକାଉଂଟରେ ଆକାଶ ପାଠକଙ୍କ ନିକଟକୁ ଚଳିତବର୍ଷ ଅଗଷ୍ଟ ୨୫ରେ ୫ ଲକ୍ଷ ଟଙ୍କା ଯାଇଛି ।

ସେହିଭଳି ସେପେଟମ୍ବର ୨ ତାରିଖରେ ୨ ଥରରେ ୪୦ ଲକ୍ଷ ଓ ୧୦ ଲକ୍ଷ କରି ମୋଟ ୫୦ ଲକ୍ଷ ଟଙ୍କା ଟଙ୍କା ପଠାଯାଇଛି । ଏହି ଟଙ୍କା ଆକାଶ ପାଠକଙ୍କ ଆକାଂଟକୁ ପ୍ରଦୀପ ପାଣିଗ୍ରାହୀ କାହିଁକି ଦେଇଥିଲେ ତାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି । ବଡ ପ୍ରଶ୍ନ ଉଠୁଛି, ଆକାଶ ପାଠକଙ୍କ ବିଳାସପୂର୍ଣ୍ଣ ଜୀବନ ପ୍ରଦୀପ ପାଣିଗ୍ରାହୀଙ୍କ ଟଙ୍କା ଉପରେ ଚାଲୁଥିଲା କି । ବଡ କଥା ହେଉଛି, ସାମ୍ବାଦିକ ସମ୍ମିଳନୀ କରି ପ୍ରଦୀପ ପାଣିଗ୍ରାହୀ ଆକାଶଙ୍କୁ କ୍ଲିନଚିଟ ଦେଇଥିବା ପ୍ରଦୀପ ଏହି ଟଙ୍କା କାରବାର ନେଇ ଅସୁବିଧାରେ ପଡିଛନ୍ତି । ଏହି ଟଙ୍କା ଆକାଶ ଚାଟାର୍ଡ ପ୍ଲେନ ଓ ହୋଟେଲରେ ରହିବା ପାଇଁ ଖର୍ଚ ହେଉଥିଲା କି । ଏ ନେଇ ଭିଜିଲାନ୍ସ ଖୋଳତାଡ ଆରମ୍ଭ କରିଛି ।

ପ୍ରଶ୍ନ ଉଠୁଛି, ଗୋଟିଏ ଦିନରେ ଆକାଶଙ୍କୁ ଏମିତି କଣ ଦରକାର ପଡିଲା ଯେ, ପ୍ରଦୀପ ପାଣିଗ୍ରାହୀ ଅଧକୋଟି ଟଙ୍କା ପଠାଇଛନ୍ତି । ସେପଟେ ପ୍ରଦୀପଙ୍କ ସହ କିଛି ସଂସ୍ଥା ଓ ବ୍ୟକ୍ତିବିଶେଷ ବିପୁଳ ପରିମାଣର ଟଙ୍କା କାରବାର ହେଉଥିବା ତଥ୍ୟ ବି ସାମ୍ନାକୁ ଆସିଛି । ସେପେଟମ୍ବର ୨ ତାରିଖ ୨୦୨୦ରେ ଗୁରୁମୂର୍ତି ଅଏଲ ତରଫରୁ ପ୍ରଦୀପ ପାଣିଗ୍ରାହୀଙ୍କ ଆକଂଉଟକୁ ଟଙ୍କା ଜମା କରଯାଇଛି । ଭିଜିଲାନ୍ସ ଏହି ମଝି କାରବାର ଉପରେ ପଂହଚିବା ପାଇଁ ଉଦ୍ୟମ ଆରମ୍ଭ କରିଛିା ଖାଲି ଏତିକି ନୁହେଁ ସୂର୍ଯ୍ୟ ଫିଲିଂ ଷ୍ଟେସନ ଓ ରବୀନ୍ଦ୍ର ସାହୁଙ୍କ ତରଫରୁ ବିପୁଳ ପରିଣାର ଟଙ୍କା ପ୍ରଦୀପ ପାଣିଗ୍ରାହୀଙ୍କ ଆକାଂଉଟଙ୍କୁ ପଠାଯାଇଛି ।