ପରିବାର କଲ୍ୟାଣ ନିର୍ଦ୍ଦେଶକ କହିଲେ, ଡେରିରେ ହେଉପଛେ ଦ୍ୱିତୀୟ ଡୋଜ୍ ନେବା ଆବଶ୍ୟକ ।

81

କନକ ବ୍ୟୁରୋ: କରୋନାକାଳରେ ଅନେକ ସତର୍କତାମୂଳକ କାର୍ଯ୍ୟ ପନ୍ଥା ଅବଲମ୍ବନ କରୁଛନ୍ତି ସରକାର । ଏହାରି ଭିତରେ ଟୀକାକରଣ ନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ଗୁରୁତ୍ୱପୂର୍ଣ୍ଣ କଥା କହିଛନ୍ତି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ ୩ କୋଟି ୨୧ ଡୋଜ୍ ଟୀକାକରଣ ହୋଇଛି । ପ୍ରଥମ ଡୋଜ ୨ କୋଟି ୩୦ ଲକ୍ଷ ଏବଂ ଦ୍ୱିତୀୟ ଡୋଜ ୯୧ ଲକ୍ଷ ଟୀକାକରଣ କରାଯାଇଛି ।

ଯେଉଁମାନଙ୍କର ଦିତୀୟ ଡୋଜ ଟୀକା ନର୍ବାର ସମୟ ହୋଇଛି ସେମାନଙ୍କ ମଧ୍ୟରୁ ୮୦ ପ୍ରତିଶତ ନେଇଛନ୍ତି । ଅବଶିଷ୍ଟ ୨୦ ପ୍ରତିଶତ ଲୋକଙ୍କୁ ଦିଆଯିବ ତାହା ଉପରେ ଗୁରୁତ୍ୱ ଦିଆଯାଇଛି । ସ୍ୱାସ୍ଥ୍ୟ କର୍ମୀ,ଆଶା,ଅଙ୍ଗନବାଡି କର୍ମୀଙ୍କ ସହାୟତାରେ ଟୀକାକରଣ ପାଇଁ ପ୍ରୟାସ କରାଯାଉଛି । ୧୫ ଦିନ ପୂର୍ବରୁ ୩୩ ଲକ୍ଷ ଲୋକ ଦିତୀୟ ଡୋଜ ନେବାକୁ ଥିବା ବେଳେ ଏବେ ୨୧ ଲକ୍ଷ ଲୋକ ଅଛନ୍ତି। ବର୍ତ୍ତମାନ ୨୩ ଲକ୍ଷ ଡୋଜ ଟୀକା ମହଜୁଦ ଅଛି। ଦୈନିକ ୪ ଲକ୍ଷ ଟୀକାକରଣ ପାଇଁ ଟାର୍ଗେଟ ରହିଛି । ଡିସେମ୍ବର ସୁଦ୍ଧା ସମସ୍ତଙ୍କୁ ପ୍ରଥମ ଡୋଜ ଲକ୍ଷ ରଖାଯାଇଛି।

ତେବେ ଭିନ୍ନକ୍ଷମ, ବୟସ, ଶଯ୍ୟାଶାୟୀ ବ୍ୟକ୍ତିଙ୍କୁ ଘରେ ଟୀକା ଦିଆଯିବା ନେଇ ଜିଲ୍ଲା ସ୍ତରର ପ୍ରୟାସ ଆରମ୍ଭ ହୋଇଛି । ଜିଲ୍ଲା ସ୍ତରରେ ହେଲ୍ପଳାଇନ ନମ୍ବର କରାଯାଇଛି । ସେହି ନମ୍ବରରେ ଯୋଗାଯୋଗ କଲେ ଘରେ ପହଞ୍ଚି ଟୀକାକରଣ କରାଯିବ। ୩-୪ ଦିନ ମଧ୍ୟରେ କାପର୍ଯ୍ୟାକରୀ ହେବ ବୋଲି ଆଶା କରାଯାଉଛି । ପୂର୍ବରୁ ଘର ପାଖରେ ଟୀକାକରଣ କେନ୍ଦ୍ର କରାଯାଇଥିଲେ ବି ଅନେକ ଲୋକ ଆସିପାରିଲେନି। ଯେଉଁ ମାନେ ମୋଟ ଟୀକାକରଣ କେନ୍ଦ୍ରକୁ ଆସି ପାରୁନାହାନ୍ତି କେବଳ ସେମାନଙ୍କୁ ଘରେ ଟୀକା ଦିଆଯିବ । ଗୋଟିଏ ଡୋଜ ନେଲେ ପୂର୍ଣ ରୂପରେ ସୁରକ୍ଷିତ ନୁହେଁ । ତେଣୁ ଦିତୀୟ ଡୋଜ ନେବା ଜରୁରୀ । ବିଳମ୍ବ ହେଲେ ବି ଦିତୀୟ ଡୋଜ ନେବା ଜରୁରୀ ।