ସ୍ୱାଭିମାନ ଅଞ୍ଚଳରେ ସ୍ଥିତି ସମୀକ୍ଷା କଲେ ଡିଜିପି । ମାଓବାଦୀଙ୍କୁ ଆତ୍ମସମର୍ପଣ କରିବା ପାଇଁ ଦେଲେ ଆହ୍ୱାନ

78

କନକ ବ୍ୟୁରୋ : ମାଲକାନାଗିରି ସ୍ୱାଭିମାନ ଅଞ୍ଚଳରେ ପୁଲିସ ଡିଜି ଅଭୟ । ସ୍ୱାଭିମାନ ଅଂଚଳରେ ସ୍ଥିତି ସମୀକ୍ଷା କରିଛନ୍ତି ଡିଜିପି । କହିଛନ୍ତି ସ୍ୱାଭିମାନ ଅଂଚଳବାସୀଙ୍କ ସୁରକ୍ଷା ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ । ଏଥିସହ ମାଓବାଦୀଙ୍କୁ ଆତ୍ମସମର୍ପଣ କରିବା ପାଇଁ ଆହ୍ୱାନ ଦେଇଛନ୍ତି । ବିଏସଏଫ, ଏସଓଜି, ଡିଭିଏଫକୁ କାମ ପାଇଁ ପ୍ରଶଂସା କରିଛନ୍ତି ।

ମାଓ ଦୁର୍ଗ ଭାବେ ପରିଚିତ ଗୋରାସେତୁ ଠାରେ ନୁତନ କରି ସ୍ଥାପନ ହୋଇ ଥିବା ବିଏସଏଫ କ୍ୟାମ୍ପ ଠାରେ ଡିଜି ହେଲିକପ୍ଟର ଯୋଗେ ଅବତରଣ କରି ସେଠାରେ ଲାଲଗଡର ସୁରକ୍ଷା ବ୍ୟବସ୍ଥା ଯାଁଚ କରିଛନ୍ତିି । ଡିଜିଙ୍କ ଲାଲଗଡ ଗସ୍ତ କାର୍ଯ୍ୟକ୍ରମକୁ ଆଖି ଆଗରେ ରଖି ପୁଲିସ ପକ୍ଷରୁ ଅଂଚଳରେ କୁମ୍ବିଂ ଅପରେସନ ଯୋରଦାର କରାଯାଇଛି । ଏଥି ସହ ଗୋରାସେତୁ ଅଂଚଳରେ ଯାଂଚ ବ୍ୟବସ୍ଥାକୁ ମଧ୍ୟ କଡାକଡି କରାଯାଇଛି ।

ଅନ୍ୟପଟେ ସ୍ୱାଭିମାନ ଅଂଚଳରେ ଯବାନଙ୍କୁ ମିଳିଛି ବଡ଼ ସଫଳତା । ବେଜିଙ୍ଗ ଜଙ୍ଗଲରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ କରିଛନ୍ତି ବିଏସଏଫ ଯବାନ । କୁମ୍ବିଂ ବେଳେ ବିଏସଏଫ ଯବାନ ମାନେ ମାଓବାଦୀଙ୍କ ୟୁନିଫର୍ମ, କମ୍ପୁଟର ମାଉସ, ଔଷଧ ଆଦି ବିଭିନ୍ନ ମାଓ ସାମଗ୍ରୀ ଜବତ କରିଛନ୍ତି ।