ବାତ୍ୟା ପାଇଁ ଉପକୂଳବର୍ତ୍ତୀ ଜିଲ୍ଲା ଗୁଡିକର ସୁରକ୍ଷା ସମୀକ୍ଷା କଲେ ଡିଜିପି । କହିଲେ, ଆମେ ପୂରା ପ୍ରସ୍ତୁତ ଅଛୁ

144

କନକ ବ୍ୟୁରୋ: ବାତ୍ୟା ପାଇଁ ସଜାଗ ଓଡିଶା ପୋଲିସ । ବାତ୍ୟା ୟାଶ ପାଇଁ ଉପକୂଳବର୍ତ୍ତୀ ଜିଲ୍ଲା ଗୁଡିକରେ ସୁରକ୍ଷା ତଦାରଖ କରିଛନ୍ତି ରାଜ୍ୟ ପୋଲିସ ଡିଜି । ବାଲେଶ୍ୱର, ଭଦ୍ରକ, ଜଗତସିଂହପୁର, ପୁରୀ, କେନ୍ଦ୍ରାପଡା, ଗଞ୍ଜାମ ଓ ବ୍ରହ୍ମପୁର ଡିଆଇଜି, ଏଡିଜି ମାନଙ୍କ ସହ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆଲୋଚନା କରିଛନ୍ତି ।

ବୈଠକରେ ସ୍ଥାନାନ୍ତର ଓ ସାଇକ୍ଲୋନ ପରେ ରିଲିଫ ଓ ଉଦ୍ଧାର କାମ ସମ୍ପର୍କରେ ବିସ୍ତୃତ ଭାବରେ ସମୀକ୍ଷା କରାଯାଇଥିଲା । ଓଡ୍ରାଫର ୬୦ଟି ଟିମ ସଜାଗ ହୋଇ ରହିଛନ୍ତି । ଉଦ୍ଧାର କାର୍ଯ୍ୟ ସଫଳତାର ସହ କରିବା ପାଇଁ ଉଚ୍ଚମାନର ଯନ୍ତ୍ରପାତି ମଧ୍ୟ ପ୍ରସ୍ତୁତ ରଖାଯାଇଛି । ଏହି ବୈଠକରେ ଏଡିଜି ଆଇନ ଓ ପୋଲିସ କମିଶନର ମଧ୍ୟ ଉପସ୍ଥିତ ଥିଲେ ।